କଟକ ସଦର , ୨୬ /୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏଥର ଦୂର୍ଗା ପୂଜାରେ ରାସ୍ତାରେ ତୋରଣ ହୋଇପାରିବ ନାହିଁ ବୋଲି ଆଜି ଗୁରୁବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିବା ଜଣାଯାଇଛି। କଟକ ସହରର ରାସ୍ତାଘାଟ ର ସମସ୍ୟା ସମାଧାନ ପାଇଁ ପୂର୍ତ୍ତ ବିଭାଗ କୁ ଆସନ୍ତା ଅକ୍ଟୋବର ୫ ତାରିଖ ସୁଧା ସାରିବାକୁ ନିର୍ଦେଶ ଦେବା ସହିତ କଟକ ମହାନଗର କୁ ଏଥିପାଇଁ ଭର୍ତ୍ସନା କରିଛନ୍ତି।ଏଥି ସହିତ ଇଲେକ୍ଟ୍ରି ତାର ଓ କେବୁଲ୍ ସବୁକୁ ସଜାଡି ବାକୁ ନିର୍ଦେଶ ଦେଇଛନ୍ତି। ଏହାର ପରବର୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୩ ତାରିଖ କୁ ଧାର୍ଯ୍ୟ ହୋଇଥିବା ଜଣାପଡିଛି।