ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଢ଼େଙ୍କାନାଳ ସଦର ପଞ୍ଚାୟତ ସମିତି ସ୍ତରୀୟ ସମ୍ମିଳନୀ ।             

ଢ଼େଙ୍କାନାଳ, ୨୩/୦୬/୨୦୨୬ (ଓଡ଼ିଶା ସମାଚାର)-ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ  ପୂର୍ତ୍ତି ଉପଲକ୍ଷେ ଢେଙ୍କାନାଳ ସଦର ପଞ୍ଚାୟତ ସମିତି ସମ୍ମିଳନୀ ସଭା ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ମାନ୍ୟବରମନ୍ତ୍ରୀ ଶ୍ରୀ  କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଭୋକ ମୁକ୍ତ, ଭୟମୁକ୍ତ ଏବଂ ଭ୍ରଷ୍ଟାଚାର ମୁକ୍ତ ରାଜ୍ୟ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ | କୌଣସି ପ୍ରକାରର ଭ୍ରଷ୍ଟାଚାର, ଅପରାଧିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ  ପ୍ରକାଶ କରିଥିଲେ । ଧାନ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି, ୧୯ ଲକ୍ଷ ୩୮ ହଜାର ଚାଷୀ ପଞ୍ଜିକୃତ ହୋଇ ସେମାନଙ୍କର ଧାନ ବିକି ଆର୍ଥିକ ସ୍ଥିତି ସୁଦୃଢ଼ କରିପାରୁଛନ୍ତି । ଗତ ଖରିଫ୍ ରେ ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇପାରିଛି।

ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ ଓ ଏହାର ବିନିଯୋଗ ଫଳରେ ଓଡ଼ିଶାରେ ସର୍ବାଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି । ଗ୍ରାମାଞ୍ଚଳରେ ପଞ୍ଜିକୃତ ଲୋକଙ୍କୁ ୧୨୫ ଦିନ କାମ ନିଶ୍ଚିତ ଭାବେ ଯୋଗାଇ ଦିଆଯିବ, ଉପାର୍ଜନ ପାଇଁ କେହି ରାଜ୍ୟ ବାହାରକୁ ଯିବେ ନାହିଁ ।  ଶିଳ୍ପ ପ୍ରତିଷ୍ଠା, କୃଷିର ଅଭିବୃଦ୍ଧି ସହିତ ଜିଲ୍ଲାର  ସାମଗ୍ରିକ  ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଛି ବୋଲି ସେ ପ୍ରକାଶ କରିଥିଲେ । ସମସ୍ତ  ନିର୍ବାଚ଼ନୀ ଇସ୍ତାହାର ପୂରଣ କରାଯାଉଛି, ରାଜ୍ୟର ବିକାଶର ଧାରା ଜାରି ରହିଛି ବୋଲି ସେ ପ୍ରକାଶ କରିଥିଲେ ।    ଜିଲ୍ଲା ତଥା ରାଜ୍ୟର ଦ୍ରୁତ  ବିକାଶ ସହିତ  ସଶକ୍ତ ଓଡ଼ିଶା ଗଠନ ନିମନ୍ତେ   ସେ ଜନ ସାଧାରଣଙ୍କ  ପୂର୍ଣ୍ଣ ସହଯୋଗ କାମନା କରିଥିଲେ ।    ସଦର ବିଡ଼ିଓ ଶ୍ରୀ ରାହୁଲ ମଣ୍ଡଲ ସ୍ଵାଗତ ଭାଷଣ ଦେଇ , ମେଡ଼ିକାଲରେ ମାତୃତ୍ବ ହାର      ୯୫ % ରୁ ଅଧିକ ହୋଇଥିବା ବେଳେ  ଶତ ପ୍ରତିଶତ ଟୀକାକରଣ କରାଯାଇ ପାରିଛି ବୋଲି  ପ୍ରକାଶ କରିଥିଲେ । ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଓ ବୟୋବନ୍ଧନ କାର୍ଡ ପ୍ରଦାନ କରାଯାଉଛି ।

ପ୍ରତ୍ୟେକ ପଞ୍ଚାୟତରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାସ୍ଥ୍ୟସେବା ଜାରି ରହିଛି । ଜନମନ ଯୋଜନାରେ ୬୩୦ ଜଣଙ୍କ ପାଇଁ ଗୃହ ନିର୍ମାଣ କରାଯାଇଛି । ଅନ୍ତୋଦ୍ୱୟ ଗୃହ ଯୋଜନା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଗୃହ ପ୍ରଦାନ  କରାଯାଉଛି । ୨୨ ହଜାର ହିତାଧିକାରୀଙ୍କୁ ମଧୁବାବୁ ପେନସନ ପ୍ରଦାନ କରାଯାଉଛି । ବସୁନ୍ଧରା ଯୋଜନାରେ ୫୪ ଜଣ ଭୂମିହୀନଙ୍କୁ ଜମି ପଟା ଦିଆଯାଇଛି, ସମସ୍ତ ସ୍କୁଲର ପଟା ପ୍ରସ୍ତୁତି ସହ ଆଦିବାସୀ ସଂପ୍ରଦାୟକଙ୍କୁ ଜମିପଟା ପ୍ରଦାନ ପାଇଁ ଆଗ୍ରାଧିକର ଦିଆଯାଉଛି ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ  ସାଂସଦଙ୍କ ପ୍ରତିନିଧି ଶ୍ରୀ ବିଷ୍ଣୁ  ପ୍ରସାଦ ଲେଙ୍କା,  ତହସିଲଦାର ଶ୍ରୀ ସ୍ଵାଧୀନ ବେହେରା , ସଦର ପଞ୍ଚାୟତ ସମିତିର ଅଧକ୍ଷ ଶ୍ରୀ କାଳନ୍ଦି ଚରଣ ବାରିକ୍, ବେଲିଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରର  ମେଡିକାଲ ଅଫିସର ଡ଼ାକ୍ତର ଶ୍ଵେତା ଅଗ୍ରୱାଲା ପ୍ରମୂଖ ଯୋଗ ଦେଇଥିଲେ ।

ଏହି ଅବସରରେ  ଅନ୍ତୋଦ୍ୱୟ ଗୃହ ଯୋଜନା, ଅନ୍ତୋଦ୍ୱୟ ଅନ୍ନ ଯୋଜନା, ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ମଧୁବାବୁ ପେନସନ ଯୋଜନା, ବସୁନ୍ଧରା ଯୋଜନାର ହିତାଧିକାରୀ, ବାୟୋବନ୍ଦନା ସ୍ୱାସ୍ଥ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନାରେ   କାର୍ଡ  ଏବଂ ହିତାଧିକାରୀମାନଙ୍କୁ ମନ୍ତ୍ରୀ ଆବଶ୍ୟକ ପଟା  ପ୍ରଦାନ କରିଥିଲେ । ସୁପରିଚାଳନା ନିମନ୍ତେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ୨ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।  ସୁଶାନ୍ତ ପାଣି ଉତ୍ସବର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କିଶୋର କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *