ଶିବାନନ୍ଦ ଆଶ୍ରମରେ ଆଧ୍ୟାତ୍ମିକ ପକ୍ଷ ପାଳନ ଓ ଚିଦାନନ୍ଦ ଜୟନ୍ତୀ ସମାରୋହ

କେନ୍ଦ୍ରାପଡ଼ା, ୨୪/୯/୨୦୨୪ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ତଥା ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତମାସ ୮ତାରିଖ ଶିବାନନ୍ଦ ଜୟନ୍ତୀ ଠାରୁ ୨୪ତାରିଖ ଚିଦାନନ୍ଦ ଜୟନ୍ତୀ ପର୍ଯ୍ୟନ୍ତ ଦିବ୍ୟ ଆଧ୍ୟାତ୍ମିକ ପକ୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟହ ନଗର ସଙ୍କୀର୍ତନ, ଗୁରୁ ପାଦପୂଜା, ଯୋଗାସନ, ଗୀତା, ଭାଗବତ ପାରାୟଣ, ଅନ୍ନଯଜ୍ଞ, ଜ୍ଞାନଯଜ୍ଞ ଓ ନାମଯଜ୍ଞ ପ୍ରଭୃତି ସହିତ ବୃକ୍ଷରୋପଣ, ବସ୍ତ୍ର ବଂଟନ, ସ୍ୱାସ୍ଥ୍ୟ ଶିବିର ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ଇତ୍ୟାଦି ବଂଟନ କରାଯାଇଥିଲା । ଆଧ୍ୟାତ୍ମିକ ପକ୍ଷର ଉଦଯାପନ ଦିବସ ତଥା ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କର ୧୦୮ତମ ଜୟନ୍ତୀ ଉପଲକ୍ଷେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଏବଂ ଶ୍ରୀ ଶ୍ରୀ ଦିବ୍ୟେଶ୍ୱରଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଗହଣରେ ଶ୍ରୀମା ଗୁରୁଦେବଙ୍କ ପାଦପୂଜା କରିଥିଲେ । ଏହାପରେ ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଉପରେ ଆଧାରିତ ଭଗବତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପରମପୂଜ୍ୟା ଶ୍ରୀମା ବର୍ତମାନର ଧ୍ୱସାଂଭିମୁଖୀ ସଭ୍ୟତା ତଥା ଅବକ୍ଷୟମୁଖୀ ସମାଜରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୀବନଦର୍ଶନ, ଆଦର୍ଶ ଓ ଉପଦେଶାବଳୀରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ବାବା ହୃଷିକେଶ ଦାସ, ସ୍ୱାମୀ ଶାରଦାନନ୍ଦ ଗିରି, ସ୍ୱାମୀ ସତ୍ୟାନନ୍ଦ ଗିରିସ୍ୱାମୀ ଆତ୍ମସାନନ୍ଦ ଗିରି ପ୍ରମୁଖ ସାଧୁସନ୍ଥମାନେ ଅଶିର୍ବଚନ ପ୍ରଦାନ କରି ସନ୍ଥ ଶିରୋମଣୀ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଉପଦେଶାବଳୀକୁ ପାଥେୟ କରି ଏକ ସୁସ୍ଥ ସମାଜ ଗଠନରେ ନିଜେ ବ୍ରତି ହେବା ପାଇଁ ଉପଦେଶ ଦେଇଥିଲେ । ଅତିଥି ଭାବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଡ. କାଳିପ୍ରସନ୍ନ ଶତପଥୀ, ଡ. ଭାଗ୍ୟଧର ସାହୁ, ଗଗନବିହାରୀ ଜେନା, ସଚ୍ଚିଦାନନ୍ଦ ଜେନା, ନାଗାର୍ଜୁନ ଜେନା, ପ୍ରଫେସର ବିଜୟ କୁମାର ସ୍ୱାଇଁ, ମନୋରଞ୍ଜନ ମହାନ୍ତି, ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ରମାକାନ୍ତ ଦାସ ପ୍ରମୁଖ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦଙ୍କ ଦର୍ଶନତତ୍ୱ ଉପରେ ଆଲୋଚନା କରି ସନ୍ଥ ସମ୍ରାଟଙ୍କର ଉପଦେଶ ଓ ଆଦର୍ଶ ଜୀବନଶୈଳୀ ଅନୁଧ୍ୟାନ ପୂର୍ବକ କାର୍ଯୟ କଲେ ଭାରତବର୍ଷ ଆଧ୍ୟାତ୍ମିକତାର ଶୀର୍ଷରେ ପହଂଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀମାଙ୍କ ତତ୍ୱାବଧାନରେ ସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଧର ମହାନ୍ତି, କାମଦେବ ନାୟକ, ମଞ୍ଜୁଳା ନାୟକ, ମନମୋହନ କବି, ଶିବାନୀ, ନିକୁଞ୍ଜ ପ୍ରସାଦ ରାଏ, ପ୍ରମୋଦ କୁମାର ଦାସ, ଶିବପ୍ରସାଦ ମଜୁମଦାର, ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ସମସ୍ତ ଗୁରୁଜୀ ଓ ଗୁରୁମା, ଆଳିଜଙ୍ଗା, ଚାରିଲଙ୍ଗଳ ଓ ଘିଘିଡିଆ ମାତୃମଙ୍ଗଳ ସମିତିର ସଦସ୍ୟା, ନିଆଳି, ଧୂମାତ, ପିଙ୍ଗଳ ଆଶ୍ରମ ସହିତ ଗରାପୁର, କପାଳେଶ୍ୱର, ଆଳିଜଙ୍ଗା, ଚାରିଗାଁ ପ୍ରଭୃତି ଗ୍ରାମର ଶ୍ରଦ୍ଧାଳୁ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବ୍ରହ୍ମଚାରୀ ନୃସିଂହ ନାଥଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଶିବାନନ୍ଦ ଭଜନ ଗଙ୍ଗାର ସମ୍ପାଦକ ସୁଶିଲ କୁମାର ସୁତାର, ସୈାଭାଗିନୀ ମହାପାତ୍ର, ବିଶିଷ୍ଟ କେନ୍ଦରା ବାଦକ କ୍ଷୀରୋଦ କୁମାର ନାଥ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ପରିଶେଷରେ ଆଶ୍ରମର ସଦସ୍ୟ ଶ୍ରୀଧର ରାଉତ ଗୁରୁଦେବଙ୍କ ଉଦେଶ୍ୟରେ ଭକ୍ତିପୁଷ୍ପ ଅର୍ପଣ କରି ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *