ଜିଲ୍ଲାପାଳ ଙ୍କ ଜନ ଶୁଣାଣିରେ ୧୩୯ ଟି ଅଭିଯୋଗ

ଭୁବନ,୨୩/୯/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ରେ ଜିଲ୍ଲାପାଳ ଙ୍କ ମିଳିତ ଜନ ଶୁଣାଣି ରେ ସମୁଦାୟ ୧୩୯ ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ୧୨୮ ଟି ବ୍ୟକ୍ତିଗତ ସମସ୍ୟା ହୋଇଥିବା ବେଳେ ୬ ଟି ଗ୍ରାମ୍ୟ ସମସ୍ୟା ଥିଲା । ଗ୍ରାମ୍ୟ ସମସ୍ୟା ମଧ୍ୟରେ ପୁରୁଷୋତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନଥିବାରୁ ପ୍ରଥମ ସେମିଷ୍ଟାର ପରୀକ୍ଷା ହୋଇନଥିବା ନଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଶୁଣାଣିରେ ୩ ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ୨ ଜଣଙ୍କୁ ରେଡକ୍ରସ ରୁ ୩୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ସମେତ  ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ , ବିଡ଼ିଓ କଲ୍ୟାଣ ସୌରଭ ଦାଶ,ତହସିଲଦାର ସିରିଆଲ ଶୁଭ୍ର ପଟେଲ ,ଏନ୍ ଏ ସି ନିର୍ବାହୀ ରାଜୀବ ଲୋଚନ ବେହେରା ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *