କଲ୍ୟାଣପୁରରେ ଥାନପତି ବଡ଼ ଗଣେଶଙ୍କ ଭଷାଣି ଉତ୍ସବ 

ମାହାଙ୍ଗା ୨୩/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଠାରେ ଶ୍ରୀ ଶ୍ରୀ ଥାନପତି ଗଣେଶଙ୍କ ଭଷାଣି ଉତ୍ସବ ଧୁମ ଧାମରେ ପାଳିତ ହୋଇଯାଇଛି । ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ କୁହୁଣ୍ଡାଆନୁକୂଲ୍ୟରେ ପ୍ରତିବର୍ଷ ଏହି ଗଣେଶ ଉତ୍ସବ ବେଶ ଆନନ୍ଦ ଉତ୍ସାହର ସହିତ ପାଳନ ହୋଇଥାଏ  ।  ଚଳିତ ବର୍ଷ କଲ୍ୟାଣପୁର ଗାଁର ଏହି ନିଆରା ଭଷାଣି ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥାନ୍ତି । କଲ୍ୟାଣପୁର ର ଏହି ମୂର୍ତ୍ତିକୁ ବାଙ୍ଗୀୟ କାରିଗର ମାନେ ନିର୍ମାଣ କରିଆସୁଛନ୍ତି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କୁହୁଣ୍ଡା ପଞ୍ଚାୟତର ସମସ୍ତ  ୱାର୍ଡ ର ଜନସାଧାରଣ ଏହି ଉତ୍ସବରେ ସାମିଲ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା ପରେ ବିରୂପା ନଦୀରେ ଥାନପତି ଗଣେଶଙ୍କୁ ବିସର୍ଜିତ କରିବା ଦେଖିବାକୁ ମିଳେ  । ନାଚ ଗୀତ ବାଦ୍ୟର ତାଳେତାଳେ ପ୍ରଭୁଙ୍କ ବିଗ୍ରହକୁ ନଗର ପରିକ୍ରମା କରାଯାଇଥାଏ । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସବୁଠାରୁ ସୁଉଚ୍ଚ କଲ୍ୟାଣପୁର ଗ୍ରାମର ଶ୍ରୀ ଶ୍ରୀ ଥାନପତି ଗଣେଶ ଉତ୍ସବ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ବହୁ ଶ୍ରଦ୍ଧାଳୁ ମାନେ ଛୁଟି ଆସନ୍ତି । ଏହି ପଞ୍ଚାୟତରେ ୧୩ ରୁ ଉର୍ଦ୍ଧ୍ଵ ମେଢ଼ ବିସର୍ଜ୍ଜନ ହୋଇସାରିଥିବା ବେଳେ, କଲ୍ୟାଣପୁର ଥାନପତିଙ୍କ ମେଢ଼ ସୋମବାର ସକାଳୁ ସପନେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ପଟୁଆରରେ ବାଜା ବାଣ ରୋଷଣୀ ସହିତ ସଂଧ୍ୟା ପର୍ଯ୍ୟନ୍ତ ଭଷାଣୀ ଯାତ୍ରାରେ ବାହାରି ବିରୂପା ଘାଟ ନଦୀ ଗର୍ଭରେ ପ୍ରଭୁଙ୍କୁ ମେଲାଣି ଦିଆଯାଇଥିଲା  ।

Leave a Reply

Your email address will not be published. Required fields are marked *