ସାଲେପୁର : ନକଲି ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ

ସାଲେପୁର ୨୩/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା ) -ଜଗତପୁର ଥାନା ତଥା ସାଲେପୁରବ୍ଲକ ଆତୋଡ଼ାଠାରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ପୁଲିସ ଓ ଫୁଡ ସେଫଟି ବିଭାଗ ମିଳିତ ଚଢାଉ କରିଛି । ଅତୋଡା ନିକଟ ମହାନଦୀ ପଠାରେ ଜଙ୍ଗଲିଆ ସ୍ଥାନରେ ରୋହିଣୀ ବ୍ରାଣ୍ଡ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଏହି ଚଢ଼ାଉ କରାଯାଇଥିଲା । ଏହି ନକଲି କାରଖାନା ରେ ଚଢ଼ାଉ ସମୟରେ ଖାଇବା ଶୋଡ଼ା,ବିଭିନ୍ନ କେମିକାଲସ , ଦୂଷିତ ଜଳ ଓ ଲୁଣ ମିଶାଯାଇ କ୍ଷୀର ପ୍ୟାକେଟ ତିଆରି ହେଉଥିଲା । ସେଠାରେ ଦହି, ଲସି ଆଦି ଏଠାରେ ପ୍ରସ୍ତୁତ କରାଯାଇ କଟକଜିଲ୍ଲାର ବିଭିନ୍ନ ଅଂଚଳ , କେନ୍ଦ୍ରାପଡା, ଯାଜପୁର, ପୁରୀତଥା ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠାଯାଉଥିଲା । ପୁଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ଦୁଗ୍ଧ ଫ୍ୟାକ୍ଟ୍ରି ରୁ ସମସ୍ତ ସାଂପୁଲ ସଂଗ୍ରହ କରିଥିବା ବେଳେ ଫ୍ୟାକ୍ଟ୍ରିର ମାଲିକକୁ ଅଟକ ରଖି ପୋଲିସ ପଚରାଉଚୁରା ଚଳାଇଛି ।

Leave a Reply

Your email address will not be published. Required fields are marked *