ଅଖିଳ ଭାରତୀୟ ମାଲୟାଲୀ ସଂଘ, ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ

ରାଉରକେଲା, ୨୩/୯/୨୦୨୪ (ଓଡ଼ିଶା ସମାଚାର)- ରାଉରକେଲା ସହରର ସେକ୍ଟର-୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅଖିଳ ଭାରତୀୟ ମାଲୟାଲୀ ସଂଘ, ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ଆର୍‌ ଅମ୍ବୁଯାକ୍ଷ ନାୟାରଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଏମ୍‌ଜିଏମ୍‌ ସ୍କୁଲ୍‌ର ଅଧ୍ୟକ୍ଷ ଫାଦର ଡ ଜର୍ଜ ଭର୍ଗିସ୍‌ ଏବଂ ସମ୍ମାନିତ ଅତିଥିଭାବେ କଲୁଙ୍ଗା ସ୍ଥିତ ସେଣ୍ଟ ଗ୍ରେଗୋରିୟସ ସ୍କୁଲ୍‌ର ଅଧ୍ୟକ୍ଷ ଜୋସେଫ ଚେରିଆନ ଏବଂ ଦକ୍ଷିଣ ଭାରତ ସମାଜର ଅଧ୍ୟକ୍ଷ ପି କେ ରାମଚନ୍ଦ୍ର ମେନନ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ ମାଲୟାଲୀମାନଙ୍କ ଦ୍ବାରା ପାଳିତ ଓଣମ ପର୍ବର ଗୁରୁତ୍ବ ଏବଂ ବିଶେଷତ୍ବ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଅଖିଳ ଭାରତୀୟ ମାଲୟାଲୀ ସଂଘ, ରାଉରକେଲା ଶାଖାର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା  ମାଲୟାଲି ମୂଳ ବାସିନ୍ଦାଙ୍କ ଦ୍ବାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ । ଏହି କାର୍ଜ୍ୟକ୍ରମରେ ମାଲୟାଲି ମୁଳ ବାସିନ୍ଦାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *