ଜ୍ୟୋତିରଞ୍ଜନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଇଞ୍ଜନପୁର ଓ  କେନ୍ଦ୍ରାପଡା ସେମିଫାଇନାଲକୁ ଉନ୍ନୀତ

ଦଶରଥପୁର,୦୩/୦୧/୨୦୨୫ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ସାଧୁଗୌରେଶ୍ୱର ମହାବିଦ୍ୟାଳୟ ପଡିଆରେ  ଜ୍ୟୋତିରଞ୍ଜନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨୪ ତମ ରାଜ୍ୟ ସ୍ତରୀୟ ଜ୍ୟୋତିରଞ୍ଜନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଟୁର୍ନାମେଣ୍ଟ ଟିକୁ ଯାଜପୁର ବିଧାୟିକା ସୁଜାତା ସାହୁ ଏବଂ ଯାଜପୁରର ବରିଷ୍ଠ ସମାଜ ସେବି କର୍ଣ୍ଣାଟ କେଶରି ଦାସ ଫିତାକାଟି ଉଦଘାଟନ କରିଥିଲେ । ଜ୍ୟୋତିରଞ୍ଜନ କ୍ରିକେଟ କ୍ଲବର ସଭାପତି ତଥା କନିକାପଡା ସରପଞ୍ଚ ପ୍ରଦୀପ କୁମାର ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁର ବିଧାୟିକା ସୁଜାତା ସାହୁ, ମୁଖ୍ୟ ବକ୍ତା ଭାବେ ଯାଜପୁରର ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରି ଦାସ, ସମ୍ମାନିତ ଅତିଥିଭାବେ  ସାଧୁଗୌରେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିକୁଞ୍ଜ ବିହାରି ମହାପାତ୍ର, କ୍ଲବର ସମ୍ପାଦକ ପଞ୍ଜାବ କେଶରି ମହାପାତ୍ର,କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ପୃଷ୍ଟି, ବରିଷ୍ଠ ସଭ୍ୟ ରାକେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।  ପ୍ରଥମ କ୍ଵାଟର ଫାଇନାଲ ମ୍ୟାଚ ବିଏମଏସଏସ କ୍ରିକେଟ ଟିମ ଝାଡ଼ଙ୍ଗା ଓ ଜେଏସି କ୍ରିକେଟ ଟିମ ଇଞ୍ଜନପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଟସ ଜିଣି ଇଞ୍ଝନପୁର କ୍ରିକେଟ ଟିମ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୧୮୦ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଝାଡ଼ଙ୍ଗା କ୍ରିକେଟ ଟିମ ୧୫ ଓଭରରେ ୫ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରି ପରାଜିତ ହୋଇଥିବା ବେଳେ ଇଞ୍ଜନପୁର କ୍ରିକେଟ ଟିମ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ସେହିପରି ଦ୍ୱିତୀୟ କ୍ଵାଟର ଫାଇନାଲ ମ୍ୟାଚ ପଞ୍ଚଛୁପାଣ୍ଡବ କ୍ରିକେଟ ଟିମ କେନ୍ଦ୍ରାପଡା ଓ ସୂର୍ଯ୍ୟଶିଖା କ୍ରିକେଟ ଟିମ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  କେନ୍ଦ୍ରାପଡ଼ା କ୍ରିକେଟ ଟିମ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଭଦ୍ରକ କ୍ରିକେଟ ଟିମ ୧୦ ଓଭରରେ ୬ ଉଇକେଟ ହରାଇ ୧୦୫ ରନ ସଂଗ୍ରହ କରିଥିଲେ । ଟୁର୍ନାମେଣ୍ଟରେ ସୁମନ୍ତ କୁମାର ମହାପାତ୍ର, ପ୍ରମୋଦ ପୁହାଣ, ଚିତ୍ତରଞ୍ଜନ ବଳ ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବା ବେଳେ ଦୀପକ ମହାପାତ୍ର ଓ ଏକାଦଶୀ ତ୍ରିପାଠୀ ଭାଷ୍ୟକାର ଦାୟିତ୍ୱ ତୁଲାଇ ଥିଲେ । ଟୁର୍ନାମେଣ୍ଟ ପରିଚାଳନାରେ  କ୍ଲବର  ସଭ୍ୟ ଆଶୁତୋଷ ମହାପାତ୍ର, ଜ୍ୟୋତିପ୍ରକାଶ ସାମଲ, ଆଶିଷ ମହାପାତ୍ର, ନରେଶ ରାଉତ, ମନୋରଞ୍ଜନ ବାଇ, ଆଶିଷ ସାହୁ, ଦେବେନ୍ଦ୍ର ଯେନା, ତ୍ରିଲୋଚନ ସୁତାର, ସ୍ମୃତିରଞ୍ଜନ ସାମଲ, ଜିତେନ୍ଦ୍ର ଯେନା ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *