ଡିଡବ୍ଲ୍ୟୁଓ ସ୍ତରରେ ଅଦଳବଦଳ

ବଦଳିଲେ କେନ୍ଦ୍ରାପଡା ଜିଲ୍ଲା ମଙ୍ଗଳ ଅଧିକାରୀ

ସୋଲୋମନ ରାଇକା କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ନିଯୁକ୍ତ

କେନ୍ଦ୍ରାପଡ଼ା, ୦୩/୧୧/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସ୍ତରରେ ବଡ଼ ଧରଣର ବଦଳି ଓ ନୂତନ ନିଯୁକ୍ତି କରାଯାଇଛି। ଏନେଇ ବିଭାଗ ପକ୍ଷରୁ ୨ ନଭେମ୍ବର ୨୦୨୬ ତାରିଖରେ ବିଜ୍ଞପ୍ତି ନଂ ୨୫୧୭୮ ଜାରି କରାଯାଇଛି।ଏହି ବଦଳି ତାଲିକାରେ କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କୁ କୋରାପୁଟ ଜିଲ୍ଲାକୁ ବଦଳି କରାଯାଇଛି। ତାଙ୍କ ଯାଗାରେ ଶ୍ରୀ ସୋଲୋମାନ ରାଇକାଙ୍କୁ ମିଳିଛି ନୂତନ ନିଯୁକ୍ତି। ପୂର୍ବରୁ ଶ୍ରୀ ରାଇକା ଗଜପତି ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ବିଭାଗର ଏହି ବଦଳି ଓ ନିଯୁକ୍ତି ଆଦେଶ ରାଜ୍ୟର ଆଦିବାସୀ ଓ ଅନୁସୂଚିତ ଜାତି ବହୁଳ ଜିଲ୍ଲାଗୁଡ଼ିକରେ ଉନ୍ନୟନମୂଳକ ଏବଂ କଲ୍ୟାଣକାରୀ କାର୍ଯ୍ୟର ପ୍ରଶାସନିକ ପରିଚାଳନା ସହ ଜଡ଼ିତ ଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଅଦଳବଦଳ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *