ରାଉରକେଲା,୨୧/୯/୨୦୨୪ (ଓଡ଼ିଶା ସମାଚାର)-ସହରର ପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ସାହିତ୍ୟ ବିଭାଗର ଦାୟିତ୍ୱରେ ଥିବା ଉପସଭାପତି ଡ ସନାତନ ପ୍ରଧାନ ଙ୍କ ଆବାହକତ୍ଵ ରେ ଉପଦେଷ୍ଟା ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଓ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଉମାକାନ୍ତ ପଣ୍ଡା ଆଲୋଚକ ଭାବେ ଯୋଗଦେଇ ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ ଭାଗବତ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଲୋଚକ ଡ଼ଃ ପଣ୍ଡା ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଆଲୋଚନା କରି ତତ୍ବ,ଜ୍ଞାନ,ଭାବ, ବ୍ରହ୍ମ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଏହାକୁ ଭାଗବତ ବୋଲି କହିଥାଉଁ ବୋଲି ମତ ରଖିଥିଲେ। ଏହା ସହ ଭାଗବତ ରେ ୧୮୦୦ ଶ୍ଳୋକ,୩୫୬ ଅଧ୍ୟାୟ,ଶବ୍ଦ ବ୍ରହ୍ମର ପୂଜା, ଭାଗବତ ର ସୃଷ୍ଟି ଓ ଭାଗବତ କିପରି ଆର୍ଥିକ, ଆଧ୍ୟାତ୍ମିକ ଓ ସାମାଜିକ ଦୃଷ୍ଟିକୋଣରୁ ସ୍ବତନ୍ତ୍ର ମାଧ୍ୟମ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଆବାହକ ଡ ପ୍ରଧାନ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖି କହିଲେ ଯେ ଓଡିଆ ରେ ଶୁଦ୍ଧତା ଆସିବା ପାଇଁ ଭାଗବତ ହିଁ ପଥ ପ୍ରଦର୍ଶକ ଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ଗଳ୍ପ ପାଠ କରିଥିବା ବେଳେ ତୃତୀୟ ପର୍ଯ୍ୟାୟରେ କବି କୁଞ୍ଜବିହାରୀ ରାଉତ ଓ ଅଧ୍ୟାପିକା ଶେଫାଳୀ ବାରିକ ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବଶ୍ରୀ ଗଗନ ବିହାରୀ ନାୟକ, ତାରିଣୀ ଚରଣ ସାହୁ, ଉପେନ୍ଦ୍ର କୁମାର ବସ୍ତିଆ, ଡ଼ ଜୟନ୍ତୀ ପାଢ଼ୀ, ଅଧ୍ୟାପିକା ଅଳକାରଶ୍ମି ମହାନ୍ତି , ସବିତା ବସ୍ତିଆ, ଅର୍ଚ୍ଚନା ପାତ୍ର, ସସ୍ମିତା ପ୍ରଧାନ,ସାଗର ମହାନ୍ତି,
ପ୍ରତାପ କୁମାର ପଣ୍ଡା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ପ୍ରତାପରୁଦ୍ର ତ୍ରିପାଠୀ, ଗୈାତମ ଦାସ, ଆଶୁତୋଷ ଜ୍ୟୋତିଷୀ, ଶେଫାଳୀ ବାରିକ, ସୁଶାନ୍ତ କୁମାର ନାୟକ, ଗଙ୍ଗାଧର ପୁହାଣ, କୁଞ୍ଜବିହାରୀ ରାଉତ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ସଭାପତି ଶ୍ରୀ ଶତପଥୀ ସାହିତ୍ୟ ଆସର ର ଆଭିମୁଖ୍ୟ ଓ ମୁଖ୍ୟ ଅତିଥି ଇଂ ଦାସ ଅନୁଷ୍ଠାନର ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ ଏହା ଆଗାମୀ ପିଢ଼ି ପାଇଁ ପ୍ରେରଣା ର ଉତ୍ସ ହେବ ବୋଲି ମତ ରଖିଥିଲେ। ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଳୟ କୁମାର ଶତପଥୀ,ରାଧାକାନ୍ତ ମିଶ୍ର, ଟୁକଲା ପାଢ଼ୀ, ଜୟଶ୍ରୀ ଦାସ, ପ୍ରଦୀପ କୁମାର ପଟ୍ଟନାୟକ,ଅଶୋକ କୁମାର ବଳ, ଉମାଶଙ୍କର ତିୱାରୀ, ବବିତା ମହାପାତ୍ର, ଆଶ୍ଳେଷା ଅଭିଲିପ୍ସା ପଣ୍ଡା, ବିଜୟ କୁମାର ପାତ୍ର, ଦିବାକର ଦାସ, ମନୋଜ କୁମାର ପଣ୍ଡା, ପ୍ରମୋଦ କୁମାର ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।
ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର
