“ନୂଆଁଖାଇ ଭେଟଘାଟ” ନିମନ୍ତେ ପ୍ରସ୍ତୁତି  ବୈଠକ

ରାଉରକେଲା, ୨୧/୯/୨୦୨୪ (ଓଡ଼ିଶା ସମାଚାର)- କଳା, ସଂସ୍କୃତି,କ୍ରୀଡା ଓ ଶିଳ୍ପର ସହର ରାଉରକେଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ” ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆସନ୍ତା ୨୨ ତାରିଖ ରବିବାର ଦିନ ଏକ ଉତ୍ସବମୁଖର ପରିବେଶ ରେ ଆଡମ୍ବର ସହ ନୂଆଁଖାଇ ଭେଟଘାଟ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳିତ ହେବାର ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୧୦ ଟାରେ  ଜଗତଜନନୀ ମା ସମଲେଶ୍ୱରୀଙ୍କ ପାରମ୍ପରିକ ପୂଜାର୍ଚ୍ଚନା ସହ ଉଦଘାଟିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାତି ଦଶଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଅନୁଷ୍ଠାନ ରେ ନିଷ୍ପତ୍ତି ହୋଇଛି । ସକାଳ ଅଧିବେଶନ ରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଓ ସମ୍ମାନିତ ଅତିଥି ଭାବେ ରଘୁନାଥପଲ୍ଲୀ ର ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦାନ କରିବାକୁ ସ୍ୱୀକୃତି ଦେଇଥିଲା ବେଳେ, ସାନ୍ଧ୍ୟ ଅଧିବେଶନ ରେ ମୁଖ୍ୟଅତିଥି ଭାବେ ଭାରତ ସରକାରଙ୍କ ଆଦିବାସୀ ବିକାଶ ମନ୍ତ୍ରାଳୟ ର  ମନ୍ତ୍ରୀ  ଜୁଏଲ ଓରାମ ଓ ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା ର ଭାରପ୍ରାପ୍ତ ନିର୍ଦ୍ଦେଶ ଅତନୁ ଭୌମିକ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।  ଦିବସବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି  ଉତ୍ସବରେ  ପରିଷଦର ସଭ୍ୟ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସମ୍ବଲପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ ସହ ବ୍ୟଙ୍ଗ କବିତା ପାଠ କରାଯିବ । ଭେଟଘାଟ ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ  ପାଟଣାଗଡ଼ ରୁ ଆସୁଥିବା “ସlତକୁଆଁରୀ” ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବିଶେଷ ଭାବେ ସମ୍ୱଲପୁରୀ ନୃତ୍ୟ ସଂଗୀତ ଆଦି  ପରିବେଷଣ କରାଯିବ । ଏହି ଭେଟଘାଟ ଉତ୍ସବରେ ବହୁ ସଂଖ୍ୟାରେ ପଶ୍ଚିମଓଡିଶା ତଥା ସହରବାସୀ  ଯୋଗଦାନ କରିବାପାଇଁ ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ଓ ସମ୍ପାଦକ ପ୍ରକାଶ ପାଢ଼ୀ ଅନୁରୋଧ କରିଛନ୍ତି । ସର୍ବଶ୍ରୀ ଭଗବାନ ପତି, କୁଞ୍ଜବିହାରୀ ସାହୁ,  ଅଜିତ ପୂଜାରୀ, ଡକ୍ଟର କିଶୋରୀ ଦାଶ, ଡକ୍ଟର ଅଜୟ ମିଶ୍ର, ଶୁଭେନ୍ଦୁ ପଣ୍ଡା, ପୀତବାସ ପ୍ରଧାନ, ଗୌରୀଶଙ୍କର ପ୍ରଧାନ,  ନରେନ୍ଦ୍ର ମିଶ୍ର,  ସୂର୍ଯ୍ୟ ପାଢ଼ୀ, ଅଦ୍ଵୈତ ପଣ୍ଡା, ଡାକ୍ତର ସୁବୋଧ ମେହେର, ଦେବେଶ ପୁରୋହିତ, ଶୁଭ୍ରାଂଶୁ ଶେଖର ବଡ଼ପଣ୍ଡା, ମଦନ ବେହେରା, ଶ୍ରୀପତି ତ୍ରିପାଠୀ, ଏରିଅର ଜାଲ, ଦେବାଶିଷ ମିଶ୍ର , ରମେଶ ସୁନା,ପ୍ରତାପ ମେହେର, ସାଗର ମୁଣ୍ଡା, ଅଶୋକ ଭଇଁସାଲ,ନିବାସ ଦାଶ, ଶ୍ରୀକାନ୍ତ ଷଡ଼ଙ୍ଗୀ,ବିମଲ ବିଶି, ଡ଼ଃ ମୀନତି ପଣ୍ଡା, ପ୍ରବୀର ମିଶ୍ର,ମନୋଜ ସେଠ, ଉମେଶ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ନେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *