ଭୁବନେଶ୍ବର/ଖଲ୍ଲିକୋଟ, ୦୩/୦୪/୨୦୨୪ (ଓଡ଼ିଶା ସମାଚାର)-ଖଲ୍ଲିକୋଟ ଅଞ୍ଚଳର ଧର୍ମପରାୟଣ ତଥା ପରୋପକାରୀ ମହିଳା ଆଶାଲତା ମହାପାତ୍ରଙ୍କ ୯୧ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଶାଲତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଆଶାଲତା ବୟସାଧିକ ରୋଗର ଶିକାର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ରହିଥିଲେ। ଆଶାଲତାଙ୍କ ଆଠ ମାଷ ତଳେ ବ୍ରେନଷ୍ଟ୍ରୋକ ହେବାପରେ ଭୁବନେଶ୍ବର ସ୍ଥିତ ତାଙ୍କ ପୁତ୍ରଙ୍କ ବାସଭବନରେ ରହି ଚିକିତ୍ସିତ ହୋଇ ଆସୁଥିଲେ। ତେବେ ଆଶାଲତାଙ୍କ ଗୁରୁବାର ପ୍ରାତଃରେ ଚିକିତ୍ସିତ ଅବସ୍ଥାରେ ହୃଦଘାତ ହୋଇ ମୃତ୍ୟୁବରଣ କରିଥିବା ଖବର ପ୍ରସାରିତ ହେବାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ବାମୀ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ବୈକୁଣ୍ଠ ମହାପାତ୍ର, କନ୍ୟା, ପୁତ୍ର, ପୁତ୍ରବଧୂ, ନାତିନାତୁଣୀମାନଙ୍କ ସମେତ ପରିବାର ସଦସ୍ୟ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଆଶାଲତାଙ୍କ ସବସତ୍କାର ତାଙ୍କ ଜନ୍ମ ଓ କର୍ମଭୂମୀ ଖଲ୍ଲିକୋଟ ଠାରେ ଏକ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି।