ଡିଜେ ମୁକ୍ତ ରୋଷଣୀ ନିଶାମୁକ୍ତ ଭସାଣୀ ପାଇଁ ଦାବିପତ୍ର ପ୍ରଦାନ 

କଟକ ସଦର,୨୧/୯/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଥାନା ଓ ତହସିଲ ଅଞ୍ଚଳରେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଡିଜେ ମୁକ୍ତ ରୋଷଣୀ ଓ ନିଶାମୁକ୍ତ ଭସାଣୀ ପାଇଁ ଜିଲ୍ଲା ପ୍ରଶାସନ ସହିତ ତହସିଲଦାର କ୍ଷୀରୋଦ କୁମାର ଦାଶ ଓ‌ ଥାନା ଅଧିକାରୀ ସୁମନ୍ତ କିସାନ ଙ୍କୁ ନାଗରିକ ମାନଙ୍କ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ଭବାନୀଶଙ୍କର ରାୟଙ୍କ ନେତୃତ୍ୱରେ ଶ୍ରମିକ ନେତା ରାଜକିଶୋର ମଲ୍ଲିକ, ଦିଲ୍ଲିପ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, କ୍ଷିତେନ୍ଦ୍ର ମିତ୍ର, କିଶୋର ନନ୍ଦି,ଦିପକ ମଣ୍ଡଳ ପ୍ରମୁଖ ଶତାଧିକ ଜନସାଧାରଣ ଦାବି ପତ୍ର ଦେଇଛନ୍ତି। ହେଲେ ଦାବି ପତ୍ର ଦେବା ଦିନ ଶୁକ୍ରବାର ରାତିରେ କିଶନନଗର ଥାନା ଠାରୁ ଅଳ୍ପ ଦୂରରେ ଥିବା ହୁଲିପୁର ଗ୍ରାମରେ ଖୁଦୁରୁକୁଣୀ ଭସାଣୀ ଦୁଲୁକି ଥିବା ଜଣାଯାଇଛି। ଆଗକୁ ଜନସାଧାରଣ ଏହାର ସୁଫଳ କିପରି ପାଇ ପାରୁଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *