କେନ୍ଦ୍ରାପଡ଼ା, ୨୦/୯/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୭ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହୋଇଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଆଶ୍ରମ ପକ୍ଷରୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ, ବିସ୍କୁଟ ଓ ଚକଲେଟ ପ୍ରଭୃତି ବଂଟନ କରାଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଏବଂ ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ଶ୍ୟାମଗୁଡିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ୱାର୍ଡର ଅନ୍ତେବାସୀ ରୋଗୀମାନଙ୍କୁ ଫଳ, ବିସ୍କୁଟ, ଚକୋଲେଟ ଓ ବିଭୁତି ପ୍ରଦାନ କରିବା ସହିତ ସେମାନଙ୍କ
ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ଦାସ, ବଳଦେବ ସେନାର ସଭାପତି ପୁପୁନ ସ୍ୱାଇଁ, ଅମିତା ଜେନା, ଶକ୍ତି କ୍ଲବର ସମ୍ପାଦକ ପୁନିମା ମହାନ୍ତି, ପୁନମ ନାୟକ, ମଧୁସ୍ମିତା ନନ୍ଦ, ମନୋରଞ୍ଜନ କବି, ବିଷ୍ଣୁ ଚରଣ ସାହୁ, ପ୍ରତାପ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୪ତାରିଖରେ ବିଶ୍ୱ ଦିବ୍ୟ ଜୀବନ ସଂଘର ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ଆଶ୍ରମ ପକ୍ଷରୁ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ବ୍ରହ୍ମଚାରୀ ନୃସିଂହ ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।