ଶାନ୍ତି ଶୃଙ୍ଖଳା ସହ ଯଶପଡା ଗଣେଶ ଭସାଣୀ ଶେଷ 

କଟକ ସଦର , ୨୦/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା ର ପ୍ରସିଦ୍ଧ ଗଣେଶ ଭସାଣୀ ଉତ୍ସଵ ଗତକାଲି ଗୁରୁବାର ବିଳମ୍ବିତ ରାତିରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଯଶପଡା ଓ ଧରିଣା ପଞ୍ଚାୟତର ୧୩ ଗୋଟି ଗଣେଶ ମେଢ଼ ଶୋଭାଯାତ୍ରାରେ ସାହି ପରିକ୍ରମା କରି ଯଶପଡା ମେଲଣ ପଡ଼ିଆରେ ଏକତ୍ରିତ ହେବା ପରେ ବିସର୍ଜନ ପାଇଁ ନିଜନିଜ ସ୍ଥାନକୁ ଯାଇଥିଲେ। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରି ଯାତ୍ରା ଉପଭୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହିତ ମାଜିଷ୍ଟ୍ରେଟ ଦାୟିତ୍ବରେ କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ, କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅତିରିକ୍ତ ଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ପ୍ରଧାନ, କିଶନନଗର ଥାନା ଅଧିକାରୀ ସୁମନ୍ତ କିସାନ, ପୂର୍ବତନ ଅଧିକାରୀ ତଥା ବର୍ତମାନର ଗୋବିନ୍ଦପୁର ଥାନା ଅଧିକାରୀ ରଶ୍ମୀରଂଜନ ଦାଶ, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ସୁଶିଲ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପରିଚାଳନା ରେ ଯଶପଡା ସରପଂଚ ମିନତୀ ସେଠୀ, ପୂର୍ବତନ ସରପଂଚ ସୁଭାଷ ମହାନ୍ତି, ପୂର୍ବତନ ସରପଂଚ ବିରଞ୍ଚିନାରାୟଣ ପଣ୍ଡା,ପୂର୍ବତନ ସମିତି ସଭ୍ୟ ଚିତ୍ତରଞ୍ଜନ ବେହେରା, ପୂର୍ବତନ ସମିତି ସଭ୍ୟ ରଞ୍ଜନ ଭୁୟାଁ, ସୁଶାନ୍ତ କୁମାର ସାହୁ (ଟିଟି),ଵିଭୁଦତ୍ତ ରାଉତରାୟ (ଟିକିନା),ଧରିଣା ସରପଂଚ ରତ୍ନାକର ରାଉତ ପ୍ରମୁଖ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *