ବିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ମହାନଦୀ ପଠାରେ ବନୀକରଣ 

କଟକ ସଦର , ୨୦/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତଙ୍କ ନାମରେ ନାମିତ ଅଗ୍ରଣୀ ‘ଵିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ସମିତିର ଅଧ୍ୟକ୍ଷ ଯୁବଦୈ।ଗୀ ବିକ୍ରମ ରାଉତଙ୍କ ତତ୍ତ୍ୱାବଧାନରେ ଏଵଂ ସମିତିର କାର୍ଯ୍ୟନିର୍ବାହୀ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଗତିରାଉତପାଟଣାର ମହାନଦୀର ଶତାଧିକ ଏକର ପରିମିତ ପଠାରେ ବନୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଲକ୍ଷାଧିକ ଚାରା ରୋପଣ କରାଯାଇଥିବା ବେଳେ ଆଗାମୀ ଦିନରେ କୋଟିଏ ରୁ ଅଧିକ ଚାରା ରୋପଣ କରାଯାଇ ଜଙ୍ଗଲ ମଧ୍ୟରେ ମହାଜଙ୍ଗଲ ସୃଷ୍ଟି କରାଯିବା ସହିତ ଏକ ପର୍ଯ୍ୟଟନସ୍ଥଳୀ କରାଯିବ ବୋଲି ସମିତିର ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆଜି ଶୁକ୍ରବାର ଦିନ ସଂଖ୍ୟାଧିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡଙ୍ଗା ସାହାଯ୍ୟରେ ନଦୀ ପାର କରାଇ କ୍ଷେତ୍ର ପରିଦର୍ଶନ କରାଇବା ସହିତ ସମିତି ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ପରିଚାଳନାରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ସୁକାନ୍ତ ପରିଡ଼ା, ଅଦ୍ଵୈତ ରାଉତ,ପ୍ରତାପ ରାଉତ, ବିଶ୍ୱନାଥ ରାଉତ,ନିଗମ ରାଉତ, ସନ୍ତୋଷ ରାଉତ, ଚିତ୍ତରଞ୍ଜନ ମହାପାତ୍ର, ସୂଦର୍ଶନ ଜେନା, ଉଗ୍ରସେନ ଭୁୟାଁ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *