ଯୁବ ରେଡକ୍ରସ, ଓଡିଶା ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ଭୁବନେଶ୍ୱର,୧୨/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଜାତୀୟ ଯୁବ ଦିବସ ଉପଲକ୍ଷେ ଭାରତୀୟ ରେଡ଼କ୍ରସ୍, ଓଡିଶା ଶାଖାର ଯୁବ ରେଡକ୍ରସ ତରଫରୁ ଭାରତୀୟ ରେଡକ୍ରସ୍, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଷ ଚନ୍ଦ୍ର ପାତ୍ର, (ଭା.ପ୍ର.ସେ.)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ରେଡ଼କ୍ରସ୍ ଭବନଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି ।

ବିଶିଷ୍ଟ ସ୍ତମ୍ଭକାର ଓ ଶିକ୍ଷାବିତ୍ ପ୍ରଫେସର ନିରଂଜନ ପାଢୀ ମୁଖ୍ୟ ଅତିଥିରୂପେ ଯୋଗଦେଇ ବିଶ୍ୱ ଯୁବ ଶକ୍ତିର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ସ୍ୱେଚ୍ଛାସେବବୀମାନେ ଅନୁପ୍ରାଣୀତ ହେବା ପାଇଁ ଉଦବୋଧନ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ କହିଲେ ଯେ ସ୍ୱପ୍ନ ଦେଖ, ସ୍ୱପ୍ନ କୁ ସାକାର କରିବା ପାଇଁ କଠିନ ପରିଶ୍ରମ କର । ଏହି ସମୟରେ ବହୁ ଉତ୍ଥାନ ପତନ ଆସିବ । କିନ୍ତୁ ହାର ନ ମାନି ନିଜ ଲକ୍ଷ୍ୟ ସାଧନ ନିମନ୍ତେ ଅଗ୍ରସର ହୁଅ । ନିଜ ପାଇଁ ନ ବଂଚି ଅନ୍ୟମାନଙ୍କ ପାଇଁ ବଂଚିବାକୁ ସେ ଯୁବ ପିଢିଙ୍କୁ ଆହ୍ୱାନ ଦେଇଥିଲେ । ଅସତ୍ ପଥରେ ସଫଳତା ପାଇବା ଅପେକ୍ଷା ସତ୍ ପଥରେ ଯାଇ ବିଫଳ ହେବା ଶ୍ରେୟସ୍କର । ମାନବିକତା ହିଁ ଶ୍ରେଷ୍ଠ ଧର୍ମ । ରେଡକ୍ରସ ମାନବିକତା ମନ୍ତ୍ରର ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରୁଥିବାରୁ ସେ ଏହି ଅନୁଷ୍ଠାନ ଭୁୟସୀ ପ୍ରସଂସା କରିଥିଲେ ।
ସମ୍ମାନୀତ ଅତିଥିଭାବେ ଆର୍ନ୍ତଜାତୀୟ ରଗବି ଖେଳାଳୀ ସୁଶ୍ରୀ ତରୁଲତା ନାୟକ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଆଗକୁ ବଢିବା ପାଇଁ ଯୁବକମାନେ ନିଷ୍ଠା ଓ ଏକାଗ୍ରତା ଥିବା ଜରୁରୀ ବୋଲି କହିଥିଲେ ।

ଭାରତୀୟ ରେଡ଼କ୍ରସ୍, ଓଡିଶା ଶାଖାର କୋଷାଧ୍ୟକ୍ଷ ଲାବଣ୍ୟ ସବର ତାଙ୍କର ସଭାପତିତ୍ୱ ଅଭିଭାଷଣରେ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଭାବରେ ଗ୍ରହଣ କରି ଯୁବ ରେଡକ୍ରସ ସ୍ୱେଚ୍ଛାସେବୀମାନେ ସମାଜରେ ଥିବା ପିଡିତ ନିସ୍ପେଷିତ ଓ ଅବହେଳିତମାନଙ୍କ ପାଖରେ ପଂହଚି ସେବା ଯୋଗେଇ ଦେବାପାଇଁ ସେ ଆହ୍ୱାନ ଦେଇଥିଲେ ।

ଯୁବ ରେଡକ୍ରସ ଅଧିକାରୀ ଡଃ ରମେଶ ଚନ୍ଦ୍ର ବେହେରା ଅତିଥି ମାନଙ୍କୁ ସ୍ୱାଗତ ପ୍ରଦାନ କରଥିଲେ ଓ ଭାରତୀୟ ରେଡ଼କ୍ରସ୍, ଓଡିଶା ଶାଖାର ଯୁଗ୍ମ ସଚିବ ଅଶୋକ କୁମାର ମହାନ୍ତି, ଅତିଥି ପରିଚୟ ପ୍ରଦାନ କରିଥିଲେ । କଟକ ଜିଲ୍ଲାର ଯୁବ ରେଡକ୍ରସ ଆବାହକ ଡ. ସସ୍ମିତା ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏଥିସହିତ ଜାତୀୟ ଯୁବ ଦିବସ ଉପଲକ୍ଷେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ତରଫରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ ସମ୍ମୁଖରେ ଏକ ମାନବ ଶୃଙ୍ଖଳ ଗଠନ କରାଯାଇଥିଲା । ଏହି ଅବସରରେ ପ୍ରତ୍ୟେକ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ନିଜ ନିଜ ହାତରେ ବିବେକାନନ୍ଦଙ୍କ ବାଣୀ ଉପରେ ସଚେତନତା ଅଧାରିତ ପ୍ଳା କାର୍ଡ ଏବଂ ସ୍ଲୋଗାନ ମାନ ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୨ ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉଦ୍ଧ୍ୱର୍ ଯୁବ ସ୍ୱେଚ୍ଛାସେବୀ, ଆଜୀବନ ସଦସ୍ୟ/ସଦସ୍ୟା, ୟୁଥ ରେଡ଼କ୍ରସ୍ ପରାମର୍ଶଦାତା ଓ ଓଡିଶା ରାଜ୍ୟ ଶାଖାର କର୍ମକର୍ତା ମାନେ ଯୋଗଦେଇଥିଲେ ।
ଏଥିସହିତ ଏକ ସାଧାରଣ ଜ୍ଞାନ, ମୋବାଇଲ ରେ ଓଡିଆ ଭାଷାରେ ଟାଇପ୍, ନୃତ୍ୟ, ଗୀତ, ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା । ପରେ ପରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ପରିଶେଷରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଜୁନିଅର ରେଡକ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସୁରେନ୍ଦ୍ର ନାଥ ସାମଲ, ପ୍ରତାପ ଜେନା, ଜ୍ଞାନଦା ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
ଏଥିସହିତ ଏକ ସାଧାରଣ ଜ୍ଞାନ, ମୋବାଇଲ ରେ ଓଡିଆ ଭାଷାରେ ଟାଇପ୍, ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା ପ୍ରତିଯୋଗିତା ଆଜିର ଯୁବ ସମାଜ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ ” ଉପରେ ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା । ପରେ ପରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଉଚ୍ଚକୋଟିର ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ପରିଶେଷରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଜୁନିଅର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ଡ. ସସ୍ମିତା ପଟ୍ଟନାୟକ, ସୁରେନ୍ଦ୍ର ନାଥ ସାମଲ, ଜ୍ଞାନଦା ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *