ଜନ ଜାତୀୟ ଗରିମା ଉତ୍ସବ ଓ ଜନ ଭାଗିଦାରୀ ଅଭିଯାନ

ବାଲିଗୁଡା,୨୧/୦୫/୨୬(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ୧୮ ମେ ରୁ ୨୫ ମେ ପର୍ଯ୍ୟନ୍ତ ପାଳିତ “ଜନଜାତୀୟ ଗରିମା ଉତ୍ସବ-୨୦୨୬” ଅନ୍ତର୍ଗତ “ଜନ ଭାଗିଦାରୀ ଅଭିଯାନ” କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  କ.ନୂଆଗାଁ ବ୍ଲକ ର ସାରଙ୍ଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଞ୍ଚଳର ସମଗ୍ର ଉନ୍ନତିକୁ ପ୍ରାଥମିକତା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ମୁଖ୍ୟ  ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଶୁଭ୍ରାଞ୍ଜଳି ପ୍ରଧାନ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ସାଂସଦ ପ୍ରତିନିଧି ରାମ୍ବୁରା ପ୍ରଧାନ, ବିଧାୟକ ପ୍ରତିନିଧି ସହଦେବ ପାତ୍ର, ବଣ୍ଡଗୁଡା ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ, ଡବ୍ଲୁ ଇ ଓ ବୁରୁମାଝୀ ପତ୍ରା, ଏବିଡିଓ ପ୍ରିୟଦର୍ଶିନୀ ମଲିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,  ସ୍ବୟଂ ସିଦ୍ଧା ଦାସ ପ୍ରମୁଖ ଯୋଗ ଦେଇଥିଲେ। “ସବୁଠାରୁ ଦୂର, ସର୍ବ ପ୍ରଥମେ”

ଏହି  ମୂଳ ମନ୍ତ୍ରକୁ ଆଧାର କରି ଦୂରଦୁରାନ୍ତ ଜନଜାତି ଅଞ୍ଚଳରେ ସରକାରୀ ଯୋଜନା, ସ୍ବାସ୍ଥ୍ୟ, ଶିକ୍ଷା, ପୋଷଣ, ଜୀବିକା ଓ ସାମାଜିକ ସୁରକ୍ଷା ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଛି। ଅଭିଯାନ ଅବସରରେ ସଚେତନତା ଶିବିର, ଗ୍ରାମସଭା, ବିଭିନ୍ନ ଯୋଜନାରେ ନାମଭର୍ଷି ଓ ସ୍ଥାନୀୟ ଲୋକଙ୍କ ସହଭାଗିତା ମାଧ୍ୟମରେ ଆଦିବାସୀ ସମୁଦାୟଙ୍କ ସମସ୍ୟା ଓ ଉନ୍ନତିମୂଳକ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଥିଲା। ଏଥିରେ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି ଓ ବହୁ ସଂଖ୍ୟକ ଜନସାଧାରଣ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *