ଓଡ଼ିଶା ଗସ୍ତରେ ଦିଲ୍ଲୀ ବିଧାନସଭାର ବାଚସ୍ପତି

ନେଭାର କାର୍ଯ୍ୟକାରିତା ନେଇ ଆଲୋଚନା କଲେ

ଭୁବନେଶ୍ୱର,୧୫/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦିଲ୍ଲୀ ବିଧାନସଭା ବାଚସ୍ପତି ଶ୍ରୀ ବିଜେନ୍ଦର ଗୁପ୍ତା ଓ ଉପବାଚସ୍ପତି ଶ୍ରୀ ମୋହନ ସିଂ ବିଷ୍ଟ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ରାଜ୍ୟ ବିଧାନସଭାଠାରେ ସାକ୍ଷାତ କରିଛନ୍ତି ।

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟିର ସଦସ୍ୟମାନେ ଓଡ଼ିଶା ବିଧାନସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶେଷ ଭାବେ ଅବଗତ ହେବା ସହ ଓଡ଼ିଶା ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍‌ (ନେଭା) ମାଧ୍ୟମରେ କାଗଜବିହୀନ ବିଧାନସଭା ପରିଚାଳନାର ସଫଳ କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ ।

ଏହି ଅବସରରେ ଦିଲ୍ଲୀ ବିଧାନସଭାର ସଚିବ ଶ୍ରୀ ରଣଜିତ ସିଂ, ବିତ୍ତ ଅଧିକାରୀ ଶ୍ରୀ ଗୁରୀନ୍ଦର ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

-0-

ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *