ବିଦାୟ ନେଲେ ପ୍ରଭୁ ଗଜାନନ,ବାଜା, ବାଣ, ଡିଜେ ସାଉଣ୍ଡରେ ସହର ପ୍ରକମ୍ପିତ

ଭୁବନ ୧୮/୯/୨୦୨୪ (ଓଡ଼ିଶା ସମାଚାର)-ବିଘ୍ନ ବିନାଶକ,ବିଦ୍ୟାଦାତା, ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଭସାଣି ଉତ୍ସବ ଯାକ ଯମକରେ ଅନୁଷ୍ଠିତ ହେଉଛି । ବାଜା,ବାଣ , ଡି ଜେ ସାଉଣ୍ଡରେ ସାରା ସହର ଦୁଲୁକୁଛି । ଗତ ୭ ତାରିଖ ଠାରୁ ୧୯ ଟି ମଣ୍ଡପ ରେ ପୂଜା ପାଉଥିବା ଗଣେଶ ମୂର୍ତ୍ତୀ ଆଜି ଭସାଣି ଉତ୍ସବରେ ସାମିଲ ହୋଇଛି । ଗଣେଶ ମେଲଣ ସଭାପତି ସୁବ୍ରତ କୁମାର ସାହୁ ଦିବା ୧୧ ଘଟିକା ସମୟରେ ରାମ ମନ୍ଦିର ସମ୍ମୁଖରେ ନଡ଼ିଆ ଭାଙ୍ଗି ଭସାଣି ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଯାତ୍ରା ଆରମ୍ଭ ହୋଇଥିଲା । ସର୍ବ ପ୍ରଥମେ ୧୨ ବର୍ଷ ପୂର୍ତ୍ତି ପାଳନ କରୁଥିବା ଡାଜଲିଙ୍ଗ କ୍ଲବ୍ ଓ ତା ପଛକୁ ୧୮ ଟି କ୍ଲବ କ୍ରମାନ୍ୱୟରେ ଭସାଣି ଯାତ୍ରା ରେ ସାମିଲ ହୋଇ ରାମ ମନ୍ଦିର ଛକ , ଲାତବିଲ,ଗୋଡ଼ି ପୋଖରୀ ଛକ,ନୂଆ ବଜାର (ବସ ଷ୍ଟାଣ୍ଡ) ,ଗୁଜୁରି ହାଟ, ଦୁର୍ଗା ଛକ,ଲକ୍ଷ୍ମୀ ଛକ,ବଣିଆ ସାହି ଦେଇ ସହର ପରିକ୍ରମା କରୁଛନ୍ତି । ସମୁଦାୟ ୧୯ ଟି ମେଢ଼ ଯାତ୍ରାରେ ସାମିଲ ହୋଇଛି । ଗଣେଶ ପୂଜା ଶାନ୍ତି କମିଟି ସଭାପତି ସୁବ୍ରତ କୁମାର ସାହୁ, ଶାନ୍ତି କମିଟି ଉପ ସଭାପତି ବିନୋଦ ମହାରଣା,ଶ୍ରୀ ଗଣେଶ ୱେଲ ଫେୟାର୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସଭାପତି ଜିତେନ୍ଦ୍ର ଦାସ ଙ୍କ ନେତୃତ୍ୱରେ ଯାକ ଜମକରେ ଗଣେଶ ପୂଜା ଭସାଣି ପାଳିତ ହେଉଛି ।  ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏମ ଏସ ସମ୍ପଦ  ଙ୍କ ତତ୍ତ୍ଵାବଧାନରେ ୨ ଜଣ ଆଡିଶିନାଲ ଏସ ପି,କାମାକ୍ଷା ନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସ୍ନେହାଶିଷ ସାହୁ ,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ମନସ୍ଵିନୀ ମହାନ୍ତି  ଓ ଜିଲ୍ଲାର ୫ ଜଣ  ଥାନା ଅଧିକାରୀ , ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *