କୁଳପତି ଗଙ୍ଗାଧର ପଣ୍ଡାଙ୍କ ବିୟୋଗରେ ଶୋକ

ମାହାଙ୍ଗା ୧୬/୯/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) -ରାଜ୍ୟର ଜଣେ ବାଗ୍ମୀ ପୁରୁଷ,ଏକାଧିକ ବିଶ୍ୱ ବିଦ୍ୟାଳୟର କୁଳପତି, ପଣ୍ଡିତ ଗଙ୍ଗାଧର ପଣ୍ଡାଙ୍କ ପରଲୋକ ଘଟିଛି ।  ମାହାଙ୍ଗା ମାଟିର ଏହି ଯଶସ୍ବୀ ପୁରୁଷ ଉଷୁମ ପଂଚାୟତ ସଲରା (ଧାର ପୁର) ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।  ପ୍ରଫେସର ଗଙ୍ଗାଧର ପଣ୍ଡାଙ୍କର ଗତ ରବିବାର ରାତି ୧୦ ଘଟିକା ସମୟରେ  ଚିକିତ୍ସିତ ହେଉଥିବା ବେଳେ ଜାମସେଦପୁର ଠାରେ ତାଙ୍କର ପରଲୋକ ହୋଇଯାଇଛି। ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ପୁରୀ, କୋହ୍ଲାଣ ବିଶ୍ଵବିଦ୍ୟାଳୟ, ଚାଇବାସା, ଝାଡ଼ଖଣ୍ଡ ଓ ନେତାଜୀ ସୁଭାଷ ବୋଷ ବିଶ୍ଵବିଦ୍ୟାଳୟ, ଜାମସେଦପୁର ଭଳି ୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ଭାବରେ ଦକ୍ଷତାର ସହିତ ଦାୟିତ୍ଵ ନିର୍ବାହ କରିଥିଲେ। ଜଣେ ବିଦ୍ୱାନ ଭାବରେ ଓଡ଼ିଶା ତଥା ଭାରତ ବର୍ଷରେ ସେ ବିପୁଳ ପ୍ରତିଷ୍ଠା ଅର୍ଜନ କରିଥିଲେ ।  ଆଜି ସକାଳେ ତାଙ୍କର ମର ଶରୀର ନିଜ ପୈତୃକ ଗ୍ରାମ ଉଷୁମା ପଂଚାୟତ ସ୍ଥିତ ସଲରା (ଧାରପୁର), ମାହାଙ୍ଗାରେ ପହଞ୍ଚିବା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।  ଜ୍ୟେଷ୍ଠପୁତ୍ର ଶ୍ରୀନିବାସ ପଣ୍ଡା ମୂଖାଗ୍ନି  ଦେଇଥିଲେ  । ପ୍ରଫେସର ପଣ୍ଡାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ଓଡ଼ିଶା ଜଣେ ବରପୁତ୍ରଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛି ବୋଲି ବହୁ ବିଦ୍ୱାନ ଏବଂ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।  ତାଙ୍କ ବିୟୋଗରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ,ଡକ୍ଟର ଭୁବନାନନ୍ଦ ସାହୁ,ନାରୀନେତ୍ରୀ ଯାଜ୍ଞସେନୀ ଜେନା,ପୂର୍ବତନ ସରପଂଚ ଅଜୟ ନାୟକ,ପ୍ରାକ୍ତନ ସମିତିସଭ୍ୟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ସାହିତ୍ୟିକ ଭକ୍ତ ଚରଣ ସାହୁ,ବରିଷ୍ଠ ସାମ୍ବାଦିଜ ଅଖିଳେଶ ମହାନ୍ତି,ସାମ୍ବାଦିକ ଧନେଶ୍ଵର ସେଠୀ,ସାମ୍ବାଦିକ ବିଜୟ ଜେନା,ସାମ୍ବାଦିକ ଅସିତ କୁମାର ସାମଲ, ସାମ୍ବାଦିକ ଦୀପକ କୁମାର ସାହୁ,ସାମାଜିକ କର୍ମୀ ଜିତେନ୍ଦ୍ର ଶତପଥୀ, ଉଷୁମା ଗ୍ରାମ ମୁରବୀ ଲୋକନାଥ ପଣ୍ଡା,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ୍ତ ସୂତାର,ନାଟ୍ୟକାର ଭାବଗ୍ରାହୀ ଦାସ,ଭୂପେନ ଚାଟାର୍ଜୀ,ଡ଼ଃ ଅମରେନ୍ଦ୍ର ମହାନ୍ତି, ବିଜୟ କୁଅଁର, ରାହାଣିଆ ସେବା ସମବାୟ ସମିତି ସଭାପତି ଶରତ ମହାପାତ୍ର,ତ୍ରିଲୋଚନ ପ୍ରହରାଜ,ପ୍ରାବନ୍ଧିକ ଶ୍ରୀଯୁକ୍ତ ଲଛମନ ରାଉତ,ପ୍ରାଧ୍ୟାପକ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର, ସମିତିସଭ୍ୟ ମନୋରଞ୍ଜନ ନାୟକ, ପୂର୍ବତନ ସରପଞ୍ଚ କିଶୋର ରାଉତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବାସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବାସହ  ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି  ।

Leave a Reply

Your email address will not be published. Required fields are marked *