କେନ୍ଦ୍ରାପଡ଼ା, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି ଆଜି ଲାଂଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ ସେହି ହାଇସ୍କୁଲର ପିଅନ ସନ୍ତୋଷ କୁମାର କୁଣ୍ଡୁଙ୍କର ଦ୍ୱିତୀୟ କିସ୍ତି ଗୃହ ନିର୍ମାଣ ଋଣ ପ୍ରଦାନ କରିବା ନିମନ୍ତେ ପ୍ରଧାନ ଶିକ୍ଷକ ଶ୍ରୀ ଆତି ଲାଂଚ ଦାବି କରିବା ସହିତ ଆଜି ପିଅନ ଶ୍ରୀ କୁଣ୍ଡୁଙ୍କ ନିକଟରୁ ୫ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିିଥିବା ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାଡି ବସିଥିଲେ । ଏଥିସହିତ ପ୍ରଧାନ ଶିକ୍ଷକ ଶ୍ରୀ ଆତିଙ୍କ ଚାମ୍ବର ଟେବୁଲ ଡ୍ରରୁ କେମିକାଲ ବୋଳା ହୋଇଥିବା ୫ହଜାର ଲାଂଚ ଟଙ୍କା ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଜବତ କରିଥିଲେ । ଏହାପରେ ପ୍ରଧାନ ଶିକ୍ଷକ ଶ୍ରୀ ଆତିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ନେଇଯାଇଥିବା ଜଣାପଡିଛି । ଏଥିସହିତ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀ ଆତିଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଶ୍ରୀ ଆତିଙ୍କ ବିରୁଦ୍ଧରେ ଭିଜିଲାନ୍ସ ପକ୍ଷରୁ ଭିଜିଲାନ୍ସ ଥାନା କେଶ ନମ୍ବର-୩ / ୨୦୨୪ରେ ୭ପିସି ଆମେଣ୍ଡମେଂଟ ଆକ୍ଟରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି ।