ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ 

ଭୁବନ,୧୫/୦୪/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିରାଶାଳ କ୍ଲଷ୍ଟରର ସିଆରସିସି ସୁଶୀଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିରାଶାଳ ସରପଞ୍ଚ ଶ୍ରୀମତୀ ରୁକ୍ମିଣୀ ସେଠୀ ମୁଖ୍ୟ ଅତିଥି  ଭାବେ  ଦେଇଥିଲେ।

ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ଭୁବନ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ମିନତୀ ଦେହୁରୀ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ କଙ୍କଡ଼ାହାଡ଼ ବ୍ଲକ ବି.ଆର.ଟି ପରେଶ କୁମାର ରାଉତ , ବିଦ୍ୟାଳୟର ପୂର୍ବତନ ସଭାପତି ଧୀରେନ୍ଦ୍ର ମହାନ୍ତ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ବାଇଧର ମହାନ୍ତ, ପରିଚାଳନା କମିଟି ସଭାପତି ସାଲମୋହନ କାଣ୍ଡୁଲନା, ଟାଟା ଷ୍ଟିଲ ଫାଉଣ୍ଡେସନର ସି ପିଏମ୍ ଉପେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଭଲ ପାଠ ପଢି କେବଳ ଭଲ ଦରମା ନୁହେଁ ଭଲ ନାଗରିକ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ପରିଚାଳନା କମିଟି ସଦସ୍ୟ ପ୍ରଦୀପ ଦେହୁରୀ, ସଭ୍ୟା ଉମାରାଣୀ ମହାନ୍ତ, ସୁଷମା ଦେହୁରୀ, କୁନ୍ତଳା ଦେହୁରୀ, ମାଳତୀ ଦେହୁରୀ, ସବିତା ମହାନ୍ତ, ଚନ୍ଦ୍ରାବତୀ ପାତ୍ର, ମାହି ମାରାଣ୍ଡି, ଜହ୍ନ ଦେହୁରୀ, ଶକୁନ୍ତଳା ମହାନ୍ତ, ଜୟମୁନୀ ଦେହୁରୀ, ବବିତା ସିଂ , ବାଲ୍ମିକୀ ବାରିକ ଜଲି ମହାନ୍ତ, ନିରୁପମା ଦେହୁରୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *