ଗୁଳିମାଡ଼ ରେ ଫାର୍ମ ହାଉସ ମାଲିକ ମୃତ୍ୟୁ ଘଟଣାର ପର୍ଦ୍ଧାଫାସ

ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ
ଢେଙ୍କାନାଳ, ୨୩/୦୨/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଫାଶୀ ଗାଁ ନିକଟରେ ଥିବା ଏକ ଫାର୍ମ ହାଉସରେ ଗୁଳିମାଡ଼ ରେ ଫାର୍ମ ହାଉସ ମାଲିକ ଗୋବିନ୍ଦ ନାୟକଙ୍କର ମୃତ୍ୟୁ ହୋଇଛି। ସେ ଶୋଇଥିବାବେଳେ କେହି ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ଼ କରି ହତ୍ୟା କରି ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଥିଲା । କିଏ ଓ କାହିଁକି ହତ୍ୟାକଲା ତାହା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ହେଲେ ହତ୍ୟାର ମାତ୍ର କିଛି ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିବାରେ ଢ଼େଙ୍କାନାଳ ପୋଲିସ ସଫଳ ହୋଇଛି । ଫାର୍ମ ହାଉସ ମାଲିକ ଗୋବିନ୍ଦଙ୍କୁ ଆଉ କେହି ନୁହେଁ ତାଙ୍କ ନିଜ ସମ୍ପର୍କୀୟ ଭିଣୋଇ ରମେଶ ନାଏକ ହତ୍ୟା କରିଥିବା ପୋଲିସ୍ ଠାରୁ ସୂଚନା ମିଳିଛି। ଫାର୍ମ ହାଉସ ମାଲିକ ଗୋବିନ୍ଦ (ମୃତକ) ଫାର୍ମ ହାଉସରେ ଶୋଇଥିବାବେଳେ କେହି ତାଙ୍କୁ ଗୁଳି କରିଛି ବୋଲି ପ୍ରଥମେ କୁହାଯାଉଥିଲା। ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇବା ପରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଘଟଣାର ମୋଡ଼ ବଦଳି ଯାଇଥିଲା ।
କୈାଣସି ଦୃର୍ବୁତ୍ତ ନୁହଁ ବରଂ ନିଜ ସମ୍ପର୍କୀୟ ଭିଣୋଇ ରମେଶ ନାଏକ ହିଁ ଗୁଳି ମାରି ଶଳା ଗୋବିନ୍ଦ ଚନ୍ଦ୍ର ନାଏକଙ୍କୁ ହତ୍ୟା କରିଛି। ପୋଲିସ ହାତରେ ଧରା ପଡିବା ପରେ ସବୁ ସତ ଓଗାଳିବା ସହ ଫାର୍ମ ହାଉସ ଭିତରେ ବୁଦା ମୁଳରୁ ଲୁଚାଇଥିବା ବ୍ୟବହୃତ ବନ୍ଧୁକ ବାହାର କରିଛି ଅଭିଯୁକ୍ତ ରମେଶ। ସେ କହିଛି ବିଳମ୍ବିତ ରାତିରେ ଜନ୍ତୁ ଶିକାର ପାଇଁ ଫାର୍ମ ହାଉସ ଭିତରେ ବୁଲୁଥିବା ଅବସ୍ଥାରେ ଖସ୍ ଖସ୍ ହେବାରୁ କୁଟୁରା ଭାବି ଗୁଳି ଚଳାଇ ଦେଇଥିଲି। ଯେଉଁଥିରେ ଟଳି ପଡିଥିଲେ ଗୋବିନ୍ଦ।

ଅଭିଯୁକ୍ତ ରମେଶ କହିଛି ଗତକାଲି ବିଳମ୍ବିତ ରାତିରେ ଫାର୍ମ ହାଉସ ଭିତରେ ଏକାଠି ଥିଲେ ତାଙ୍କ ଶଳା ତଥା ମୃତକ ଗୋବିନ୍ଦ ଚନ୍ଦ୍ର ନାଏକ। ଫାର୍ମର ଅନ୍ୟ ଏକ ରୁମରେ ତାଙ୍କ ବଡ ବାପା ପୁଅ ଭାଇ ଅଭିରାମ ନାଏକ ମଧ୍ୟ ଶୋଇଥିଲେ। ଦୁଇଜଣ ଯାକ ମିଶି ରାତି ଦୁଇଟା ପରେ ଜନ୍ତୁ ଶିକାର ପାଇଁ ଫାର୍ମ ହାଉସ ନିକଟସ୍ଥ ଜଙ୍ଗଲକୁ ବାହାରିଥିଲେ।ସେଠାରେ କିଛି ଖସ୍ ଖସ୍ ଶବ୍ଦ ହେବାରୁ ତାହା କୁଟୁରା ବୋଲି ରମେଶ ଭାବିଥିଲେ ।

ତାଙ୍କୁ ଜଣା ନଥିଲା ସାମ୍ନାରେ ଥିଲେ ତାଙ୍କ ନିଜ ଭିଣୋଇ ଗୋବିନ୍ଦ। ଅନ୍ଧାରିଆ ଗୁଳି ଚଳାଇ ଦେଇଥିଲି। ହେଲେ ଚାହୁଁ ଚାହୁଁ କ୍ଷଣିକରେ ଘଟଣାସ୍ଥଳରେ ଟଳି ପଡିଥିଲେ ଗୋବିନ୍ଦ। ଘଟଣାକୁ ଲୁଚାଇବାକୁ ଯାଇ ବ୍ୟବହୃତ ଦେଶୀ ବନ୍ଧୁକକୁ ଶହେ ମିଟର ଦୁରରେ ଏକ ବୁଦା ମୁଳରେ ନେଇ ପକାଇ ଭୟରେ ସେଠାରୁ ଖସି ପଳାଇ ଯାଇଥିଲା ରମେଶ। ଗୁଳି ଶବ୍ଦ ଶୁଣି ଫାର୍ମ ହାଉସର ଅନ୍ୟ ଏକ ରୁମରେ ଶୋଇଥିବା ବଡବାପା ପୁଅ ଭାଇ ଅଭିମନ୍ୟୁ ନାଏକ ଧାଇଁ ଆସିଥିଲେ। ଆଉ ତାଙ୍କ ଭାଇ ସେଠି ଏକୁଟିଆ ପଡିଥିବାର ଦେଖି ଘର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପ୍ରଘଟ ହେବା ପରେ ପ୍ରଥମେ କୈାଣସି ଦୃର୍ବୁତ୍ତ ଗୁଳିମାଡ କରି ପଳାଇଥିବା ଗୋବିନ୍ଦଙ୍କ ପରିବାର ଲୋକ କହିଥିଲେ । ଢେଙ୍କାନାଳ ସଦର ଥାନା ପୋଲିସ ଫାର୍ମହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମୃତକ ଗୋବିନ୍ଦଙ୍କ ସହ ରାତିରେ ଫାର୍ମ ହାଉସରେ ଶୋଇଥିବା ଅଭିମନ୍ୟୁକୁ ପଚରାଉଚରା କରିବା ପରେ ଅଧିକ ତଦନ୍ତ ପାଇଁ ଗାଡ଼ିରେ ବସାଇ ନେଇ ଯାଇଥିଲା।

ପରେ ରାତିରେ ଗୋବିନ୍ଦଙ୍କ ସହ ଥିବା ତାଙ୍କ ସମ୍ପର୍କୀୟ ଭିଣୋଇ ରମେଶ କୁ ନିକଟସ୍ଥ ଆଳୁସିଂହ ଗ୍ରାମରୁ ଉଠାଇ ଆଣି ପଚରାଉଚରା ପରେ ସେ ସବୁ ସତ ମାନିଥିଲା । ପରେ ତାକୁ ଫାର୍ମ ହାଉସକୁ ନେଇ ସେଠାରୁ ବନ୍ଧୁକ ଜବତ କରିବା ସହ କେଉଁଠି ଏବଂ କେଉଁ ପରିସ୍ଥିତିରେ ଗୁଳି କରିଥିଲା ତାହା ମଧ୍ୟ ଦେଖାଇଥିଲା ଅଭିଯୁକ୍ତ ରମେଶ। ଜନ୍ତୁ ଶିକାର ପାଇଁ ଗୁଳି ଚଳାଉଥିବା ବେଳେ ରମେଶ ଯେ ଗୋବିନ୍ଦଙ୍କୁ ଗୁଳିମାଡ କରିଥିବ ଏକଥାକୁ ସହଜରେ ବିଶ୍ଵାସ କରି ପାରୁ ନାହାଁନ୍ତି ଗୋବିନ୍ଦଙ୍କ ପରିବାର ଓ ସମ୍ପର୍କୀୟ। ରମେଶ କୈାଣସି ରାଗ ରଖି ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ସନ୍ଦେହ କରୁଛନ୍ତି। ତେବେ ସତରେ କ’ଣ ଜନ୍ତୁ ଶିକାର ପାଇଁ ରମେଶ ଗୁଳି ଚଳାଇବା ବେଳେ ତାହା ଭୁଲ ବସତଃ ଗୋବିନ୍ଦଙ୍କ ଛାତିରେ ବାଜିଥିଲା, ନାଁ ଏହା ପଛରେ ରହିଛି ଅନ୍ୟ କୈାଣସି ଶତୃତା ? । ପୋଲିସର ତଦନ୍ତ ପରେ ହିଁ ତାହା ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *