କଟକ ସଦର,୨୬/୧୧/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ୧୦ ଟି ଯଥା ଖଣ୍ଡେଏତା, ଜରିପଡା, କୁଳସରିଚୁଆଁ, ଗତିରାଉତ ପାଟଣା, କନ୍ଦରପୁର , ଦଧିବାମନପୁର, ଅଢାଳିଆ, ଅରିଲୋ, ପ୍ରହରାଜପୁର , କିଶନନଗର ମଣ୍ଡି ପାଇଁ ପଞ୍ଜିକୃତ କରିଥିବା ୩୩ ହଜାର ୯ ଜଣ ଚାଷୀଙ୍କ ଠାରୁ ଆସନ୍ତା ୨୦୨୫ ଜାନୁୟାରୀ ରେ ଧାନ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ସରକାରଙ୍କ ଘୋଷଣା ଅନୁଯାୟୀ ଚାଷୀମାନଙ୍କୁ କୁଇଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କା ଦିଆଯିବା ଏଵଂ ମଣ୍ଡି ମାନଙ୍କରେ ସହଜ ଓ ସୁବିଧାରେ କିପରି ଧାନ ସଂଗ୍ରହ ହେବ ,ସେନେଇ ସଦର ଵ୍ଲକରେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସମୀକ୍ଷା ବୈଠକ କରିଥିବା ଜଣାପଡିଛି। ଏଥିରେ ଵିଡିଓ ପ୍ରତୀକ ସାହୁ,ଏସିଏସଓ ଦେବାଶିଷ ମହାନ୍ତି, ବ୍ଲକ୍ ଯୋଗାଣ ନିରିକ୍ଷକ ନିହାର ସ୍ୱ।ଇଁ, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଙ୍କ ସମେତ ସମବାୟ ବିଭାଗର ଅଧିକାରୀମାନେ ଯୋଗଦେଇ ଥିଲେ। ଏଥିସହିତ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ପ୍ରତାପ ସାହୁ, ଅଶୋକ ସାହୁ, ଚିତ୍ତରଞ୍ଜନ ସାହୁ,ଅଭୟ ସ୍ୱ।ଇଁ,ସୁଶିମ ଦାସ ପ୍ରମୁଖ ବହୁ ଚାଷୀ ସମୀକ୍ଷା ବୈଠକ ରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।