ରାଉରକେଲା, ୧୧/୦୨/୨୦୨୫ (ଓଡ଼ିଶା ସମାଚାର)- ସ୍ବେଛାସେବୀ ଅନୁଷ୍ଠାନ ସାଇ ସରଗମ୍ ମ୍ୟୁଜିକାଲ ଆଣ୍ଡ ସୋସିଆଲ ଟ୍ରଷ୍ଟ ତରଫରୁ ସହରରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ରେ ଆଣିବା ପାଇଁ ପ୍ରୟାସ ଜାରିରଖିଛି। ଏହି କ୍ରମରେ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ‘ରାଗ୍ କେ ସିତାରେ’ଶୀର୍ଷକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। କାର୍ଯ୍ୟକ୍ରମ ଅବସରରେ କନିଷ୍ଠ ଓ ବରିଷ୍ଠ ବର୍ଗର ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ। ଏନେଇ ରାଉରକେଲା କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା କନିଷ୍ଠ ବର୍ଗର ପ୍ରଥମ ସ୍ଥାନ ପାଇଁ ୩ ହଜାର, ଦ୍ବିତୀୟ ସ୍ଥାନ ପାଇଁ ୨ ହଜାର ଓ ତୃତୀୟ ସ୍ଥାନ ପାଇଁ ୧ ହଜାର ତଥା ବରିଷ୍ଠ ବର୍ଗର ପ୍ରଥମ ସ୍ଥାନ ପାଇଁ ୪ ହଜାର, ଦ୍ବିତୀୟ ସ୍ଥାନ ପାଇଁ ୩ ହଜାର ଓ ତୃତୀୟ ସ୍ଥାନ ପାଇଁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଧାର୍ଯ୍ୟ କରାଯାଇଛି। ଏହା ସହ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଇଛ୍ଛୁକ ପ୍ରତିଯୋଗୀଙ୍କୁ ପାଇଁ ପଞ୍ଜିକରଣ ଚଳିତ ମାସ ୫ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମାର୍ଚ୍ଚ ୨୯ ତାରିଖ ରେ ହେବାକୁ ଥିବା ଫାଇନାଲ ରାଉଣ୍ଡ ଦିନ ଓଲିଉଡ ର ପ୍ରଛଦପଟ ଗାୟକ ତଥା ଭଏସ ଅଫ୍ ଓଡ଼ିଶା ବିଜେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେବାପାଇଁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଝୁନୁ ନାୟକ, ସୈାମ୍ୟରଞ୍ଜନ ମହାରଣା, ପ୍ରାଞ୍ଜଳୀ ନାଗ, କାମିନୀ ମହନ୍ତ, ମୂରଲୀ ମୋହନ, ବିଶ୍ବଜିତ ଘୋଷ,ଗ୍ରେସି ଡେଭିଡ, ଶୁଭଶ୍ରୀ ଦାଶ, ପ୍ରଦୀପ ପଟ୍ଟନାୟକ,ଅଜୟ କୁମାର ପାଣି,ଲିଲିରାଣୀ ପଣ୍ଡା, ଏସ୍ ରାଜୁ, ପ୍ରଜ୍ଞା ପରିମିତା ଦାଶ,ଫିରୋଜ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତିଭା ଅନ୍ବେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ
