ଜାଭିୟର ପ୍ରଵନ୍ଧନ ପ୍ରତିଷ୍ଠାନ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୦୮/୧୨/୨୦୨୩ (ଓଡ଼ିଶା ସମାଚାର)- ଜାଭିୟର ପ୍ରଵନ୍ଧନ ପ୍ରତିଷ୍ଠାନ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କରୁଛି।ଜାଭିୟର ପ୍ରଵନ୍ଧନ ପ୍ରତିଷ୍ଠାନ, ଜାଭିୟର ପ୍ରଵନ୍ଧନ ପ୍ରତିଷ୍ଠାନ ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର, ୨୦୨୩ ଡିସେମ୍ବର ୮ତାରିଖରେ ପୁରୁଣା କ୍ୟାମ୍ପସରେ ପ୍ରତିଷ୍ଠା ଦିବସ ପାଳନ କରୁଛିା
ଏହି ବିଶ୍ଵବିଦ୍ୟାଳୟ ସର୍ବଦା ସମାଜ ଚାହିଦା ମୁତାବକ ଗୁଣବତ୍ତା ଶିକ୍ଷା ଓ ଵୈଶ୍ଵିକସ୍ତରରେ ସ୍ଥିର ଓ ସ୍ଥାୟୀ ସଂଗଠନ ସ୍ଥାପନରେ ସାହାଯ୍ୟକାରୀ ଶିକ୍ଷାଦାନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।ଭାରତର ଏହି ପ୍ରଥମ ଜେସୁଇଟ୍କ୍ରିଷ୍ଟିୟାନ ଵିଶ୍ଵବିଦ୍ୟାଳୟର ଉନ୍ନତି ଓ ଉତ୍କ୍ରୃଷ୍ଟତାରେ ସମ୍ପ୍ରୃକ୍ତ ସମସ୍ତ ଅଂଶୀଦାରଙ୍କ ଅବଦାନ ସ୍ମରଣୀୟ ଓ ପ୍ରଶଂସାର୍ହ। / ଵିଶ୍ଵବିଦ୍ୟାଳୟ ପରିବାର ଓ ସାଦର ନିମନ୍ତ୍ରିତ ଅତିଥିଗଣ ଆଜିର ମୁଖ୍ୟଅତିଥି ଆପୋଲୋ ହସ୍ପିଟାଲ୍ସ ଏଣ୍ଟରପ୍ରାଇଜ ର ପରିଚାଳନା ନିର୍ଦ୍ଦେଶିକା ସୁନୀତା ରେଡିଙ୍କ ମୂଲ୍ୟବାନ ଅଭିଭାଷଣ ଶୁଣିଵାର ଅବସର ପାଇଛନ୍ତି।
ସେ ମହୋଦୟା ଏକ ଵ୍ରୃହତ୍ସ୍ଵାସ୍ଥ୍ୟସେବା ପ୍ରତିଷ୍ଠାନରେ ଦୀର୍ଘକାଳୀନ ପରିଚାଳନାଗତ ନେତ୍ରୃତ୍ଵର ସ୍ଵୀୟ ଅନୁଭବଭରୁ ସ୍ଵାସ୍ଥ୍ୟସେଵା ଶିଳ୍ପ,ନେତ୍ରୃତ୍ଵ ଓ ପ୍ରଵନ୍ଧନ ଉପରେ ଉଚ୍ଚକୋଟୀର ମତ ଓ ମନ୍ତବ୍ୟ ବିତରଣ କରିଥିଲେ।
ସେ କହିଥିଲେ ଯେ ବିଶ୍ୱାସ ହେଉଛି ଶକ୍ତି ଏବଂ ଉଦ୍ଦେଶ୍ୟ ହେଉଛି ଜୀବନ ପଥ! ଆଜି, ଇନୋଭେସନ୍, ଗୋଷ୍ଠିଗତ କର୍ମକୁଶଳତା ଏବଂ ସକ୍ରିୟତା ହେଉଛି ସଫଳତା ପାଇଁମନ୍ତ୍ର । ଏହି ଅବସରରେ ଶାସନ ପରିଷଦ ଅଧ୍ୟକ୍ଷ,ଫାଦର ଜେରୋମକୁଟିନ୍ହାଏସ୍ଜେ, ଏମିରଟସ୍ ଅଧ୍ୟକ୍ଷ ଶ୍ରୀ ରାଜୀବ କାଉଲ, ଉପକୁଳପତି ଫାଦର ଆନ୍ଥୋନୀ ଆର୍ଉଭାରି,ଏସ୍ଜେ, କୁଳସଚିବ ଫାଦର ଏସ୍ଆନ୍ଥୋନୀ ରାଜ୍ ଏଵଂ ମୁଖ୍ୟ ଅର୍ଥ ଅଧିକାରୀ ଫାଦର ଭିଆରୋକି ଆଦାସ,ଏସ୍ଜେ , ଶାସନ ପରିଷଦର ସମ୍ମାନୀୟ ସଦସ୍ୟଗଣ, ପ୍ରବୀଣ ଅଧ୍ୟାପନା ମଣ୍ଡଳୀଙ୍କ ସାଗ୍ରହ ଉପସ୍ଥିତି ଉତ୍ସବକୁ ମହାନତାରେ ଭରିଦେଇଛି।

ସୁଖର ବିଷୟଯେ ସୁନୀତା ରେଡିଙ୍କୁ ଏହି ଅବସରରେ ଵିଶ୍ଵବିଦ୍ୟାଳୟ ଦ୍ଵାରା ଵ୍ୟଵସାୟ ପ୍ରଵନ୍ଧନରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଭୂଷିତ କରାଗଲା।/ ଶ୍ରୀ ରାଜୀଵ କାଉଲଙ୍କ ସ୍ବାଗତ ଭାଷଣ ସହ ଉତ୍ସବ ପାଳନ ଆରମ୍ଭ ହେଲା।ଦୀର୍ଘକାଳ ବିଶ୍ଵସ୍ତ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଵା ଏହି ବିଶ୍ଵବିଦ୍ୟାଳୟର ଏକ ଅନନ୍ୟ ପରମ୍ପରା।

ଏବର୍ଷ ବି ନିଷ୍ଠାପର ଓ ଅନୁଗତ ସେବା ପାଇଁ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ଵିଶ୍ଵବିଦ୍ୟାଳୟ କର୍ମଚାରୀ ମହଲରେ ନିଷ୍ଠାପର ଓ ସାଧୁ କର୍ମକୁଶଳତାର ସ୍ଵୀକୃତି ସୂଚିତ କରାଗଲା।ଫାଦର ଏସ୍ ଆନ୍ଥୋନୀ ରାଜ୍ଧ ନ୍ୟବାଦ ଅର୍ପଣ ଅବସରରେ ଵିଶ୍ଵବିଦ୍ୟାଳୟ ପରିବାରର ସମଷ୍ଟିଗତ ସାଧନା ଓ ସାଫଲ୍ୟ ଆମର ସଂହତି, ଗର୍ଵ ଓ ସାମୂହିକ କ୍ରୃତିତ୍ବ ଵୋଲି ଅଭିମତ ରଖିଥିଲେ।

Leave a Reply

Your email address will not be published. Required fields are marked *