ମହିଳା ମହାବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ

ଭୁବନ,୦୧/୧୦/୨୦୨୪ (ଓଡ଼ିଶା ସମାଚାର)-ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ସ୍ବାବଲମ୍ବୀ ଭାରତ ଅଭିଯାନ ଆନୁକୁଲ୍ୟରେ ଉଦ୍ୟମୀତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେ଼ଙ୍କାନାଳ ଜିଲ୍ଲା ସମନ୍ୱୟ ଅଶୋକ ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସ୍ୱଦେଶୀ,ସ୍ୱାବଲମ୍ବନ ଓ ଆତ୍ମ ନିର୍ଭରଶୀଳ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଦେବବ୍ରତ ପୃଷ୍ଟି,ଯୁକ୍ତ ଦୁଇ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟୀ ସେନ ଯୋଗଦେଇ ଆତ୍ମନିର୍ଭର ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଢେ଼ଙ୍କାନାଳ ଜିଲ୍ଲା ର ସଫଳ ଉଦ୍ୟୋଗୀ ବାପୁନ ସାହୁ ଉଚ୍ଚ ଶିକ୍ଷା ଲାଭ କରି ଚାକିରି ପଛରେ ନଗୋଡ଼ାଇ  ସ୍ବାବଲମ୍ବୀ ହୋଇ ଅନ୍ୟକୁ କର୍ମ ସଂସ୍ଥା ଯୋଗାଇ ଦେବା ସମ୍ପର୍କରେ ଓ ନିଜ ଜୀବନ କାହାଣୀ ବର୍ଣ୍ଣନା କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଉଦ୍ୟୋଗୀ ବାପୁନ ସାହୁ,ଲିପୁନ ସାହୁ ଓ ଟୁପୁସି ବିଶ୍ଵକର୍ମାଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ପ୍ରଶାନ୍ତ ରାଉତ ରାୟ,ନିରଞ୍ଜନ ନାୟକ,ଶୁଭମ୍ ବେହେରା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ଶେଷରେ ନିରଞ୍ଜନ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *