ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ

ଯାଜପୁର,୦୮/୧୨/୨୦୨୩ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ଗୁରୁବାର ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ତଥା ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଆଲୋକ କୁମାର ବନ୍ଧ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶରେ ଏହିଭଳି ପ୍ରଦର୍ଶନି କିପରି ଉପଯୋଗୀ ତାହା ଉଲ୍ଲେଖ କରିଥିଲେ । ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ପ୍ରଧାନଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥିରୂପେ ଯୋଗଦେଇ ବିଭିନ୍ନ ବୈଜ୍ଞାନିକଙ୍କ ବାଲ୍ୟାବସ୍ଥା ତଥା ବିଦ୍ୟାଳୟ ଶିକ୍ଷା ସେମାନଙ୍କ ଜୀବନକୁ କିପରି ପ୍ରଭାବିତ କରିଥିଲା ତାହା ବର୍ଣ୍ଣନା କରିଥିଲେ । ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ସାହୁ ମୁଖ୍ୟ ବକ୍ତାରୂପେ ଯୋଗଦେଇ ବିଭିନ୍ନ ତଥ୍ୟ ସହ ବିଜ୍ଞାନର ଜୟଯାତ୍ରା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥିରୂପେ ଯାଜପୁର ଜିଲ୍ଲାସ୍କୁଲର ପ୍ରାକ୍ତନ ଶିକ୍ଷକ ସେକ୍ ମୋତିଉର୍ ରହେମାନ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ସଫଳତା ଅର୍ଜନ କରିଆସିଛନ୍ତି ତାହାର ତଥ୍ୟ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟଅତିଥି, ପ୍ରଧାନଶିକ୍ଷକ ଓ ଅନ୍ୟ ଅତିଥିମାନେ ସମ୍ମିଳିତ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଶିକ୍ଷକ ଜହରିରୁଦ୍ଧିନ ଖାଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ୬ଷ୍ଠ ରୁ ୧୦ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ, ପରିବେଶ ଓ ଗଣିତ ଭିିକ ୪୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ୩ଜଣିଆ ବିଚାରକ ମଣ୍ଡଳୀ ସେଗୁଡିକର ମୂଲ୍ୟାୟନ କରିଥିଲେ । ସଫଳ ଛାତ୍ରଛାତ୍ରୀଭାବେ ସତୀଶପି୍ରୟଦର୍ଶି ସାହୁ ପ୍ରଥମ (୭ମ ଶ୍ରେଣୀ), ସ୍ୱସ୍ତି ପ୍ରଜ୍ଞା ମହାନ୍ତି ୨ୟ (୯ମ ଶ୍ରେଣୀ) ଓ ଦେବୀସ୍ମିତା ସାମଲ ୩ୟ (୮ମ ଶ୍ରେଣୀ) ସ୍ଥାନ ଅଧିକାର କରିଥିଲେ ଓ ସେମାନଙ୍କୁ ଆସନ୍ତା ବାର୍ଷିକୋତ୍ସବରେ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷକ ବାସୁଦେବ ସେନାପତି, ବିଜ୍ଞାନ ଶିକ୍ଷକ ସୁଧାଂଶୁଶେଖର ତି୍ରପାଠୀ, ଅରବିନ୍ଦ ରଣସିଂହ, ବିଜ୍ଞାନ ଶିକ୍ଷୟିତ୍ରୀ ରଶ୍ମିତା ଖିଲାର, ପୁଷ୍ପଲତା ପଣ୍ଡା, ଶୁଚିସ୍ମିତା ମହାନ୍ତି, ସ୍ମୃତିସଂଗୀତା ବଳ, ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ସହାୟତା କରିଥିଲେ । ଶେଷରେ ଶିକ୍ଷକ ସୁଧାଂଶୁ ଶେଖର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *