ଭୁବନ ୦୮/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ କଣପାଳ – ମହୁଲପାଳ ପଞ୍ଚାୟତ ର ନିଳକଣ୍ଠପୁର ଗ୍ରାମର ପ୍ରବେଶ ପଥ ରେ ୩ କୋଟି ଟଙ୍କା ବ୍ୟୟରେ ଏକ ସର୍କିଟ ହାଉସ ( ରାଜସ୍ବ ବିଶ୍ରାମ ଗୃହ) ନିର୍ମାଣ ପାଇଁ ଆଜି ଶୁକ୍ରବାର ଭୂମି ପୂଜନ/ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷା ନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିବା ସହ ନଡ଼ିଆ ଭାଙ୍ଗି ଶୁଭ ପକାଇଥିଲେ । ୩ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ଦ୍ଵିତଳ ପ୍ରାସାଦ ରେ ସମୁଦାୟ ୬ ଟି ରୁମ୍, ୩ ଟି ଫାମିଲି ଲଂଗ ,୮ ଟି ଟଏଲେଟ୍ ଓ ରୋଷେଇ ଘର ମଧ୍ୟ ରହିବ । ସହିଦ ବାଜି ରାଉତ ଙ୍କ ପ୍ରତି ଏହି ସର୍କିଟ ହାଉସ ଶ୍ରଦ୍ଧାଞ୍ଜଳି ସ୍ବରୂପ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଘୋଷଣା କରିଥିଲେ ।ଉପରୋକ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଜରିଆରେ ନିର୍ମାଣ ହେବ ଓ ୯ ମାସ ମଧ୍ୟରେ ଶେଷ ହେବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ କୁମାର ନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସାହୁ,ତହସିଲଦାର ଶିରିଆଲ ଶୁଭ୍ର ପଟେଲ ଙ୍କ ସମେତ ନଗରପାଳ ଶୁଭେନ୍ଦୁ କୁମାର ସାହୁ,କାଉନସିଲର ନରେନ୍ଦ୍ର କୁମାର ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ମହୁଲପାଳ – କଣପାଳ ସରପଞ୍ଚ ଲିପ୍ସା ରାଉତ,ସମିତି ସଭ୍ୟ ଆଶାଲତା ତରାଇ ପ୍ରମୁଖ ଉପସ୍ଥିତ ଥିଲେ।