ଲକ୍ଷ୍ମୀପୁର ମହା ବିଦ୍ୟାଳୟ ଠାରେ ନୂଆ-ଓ-ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର,  ୨୫/୧୧/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ଏକ ନୂତନ ପଦକ୍ଷେପ ନୂଆ-ଓ-ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ମହାବିଦ୍ୟାଳୟର +୩ ଅଧ୍ୟକ୍ଷ ବିଜୁ ମୁଦୁଲି  ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତୀଥି ଭାବେ ବିଧାୟକ ପ୍ରଭୁ ଜାନୀ ଯୋଗ ଦେଇ ମଶାଲ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ କୋରାପୁଟ ପୂର୍ବତନ ସାଂସଦ ଝିନ ହିକ଼କା ଏବଂ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ଲକ୍ଷ୍ମୀପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବୀରେନ୍ କୁମାର ଶତପଥୀ,ଯୁକ୍ତ ଦୁଇ ବିଭାଗର ଅଧ୍ୟାପକ ଜଗନ୍ନାଥ ରଥ,ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା,ବିଜେଡ଼ି ନେତ୍ରୀ କୌଶଲ୍ୟା ହିକ଼କା ଓ ଯୁକ୍ତ ତିନି ପରିଚାଳନା କମିଟିର ସଦସ୍ୟ ରାଧେଶ୍ୟାମ ଜାନୀ ଯୋଗ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ସମସ୍ତ  ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ଏବଂ ମହତ୍ବ  ଉଦ୍ଦେଶ୍ୟ ସମ୍ପର୍କରେ ମଞ୍ଚାସୀନ ଅତିଥି ମାନେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁକ୍ତ ତିନି

Leave a Reply

Your email address will not be published. Required fields are marked *