ଭୁବନ ୨୦/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୦ ତାରିଖ ରେ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି । +୨ ଅଧ୍ୟକ୍ଷା ଶ୍ରୀମତୀ ସୁପ୍ତିମୟୀ ସେନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନେ ନିର୍ଭୀକ ଓ ସାହସୀ ହେବାକୁ ପରାମର୍ଶ ଦେବା ସହ ପ୍ରତିକୂଳ ପରିସ୍ଥିତି ରେ ଏହି କୌଶଳ ଜରିଆରେ ନିଜକୁ ସୁରକ୍ଷା ଦେବା ସମ୍ପର୍କରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମ ସଂଯୋଜିକା ବାସନ୍ତୀ ବେହେରା ଙ୍କ ତତ୍ତ୍ଵାବଧାନରେ ଆଠ ଦିନ ହେଲା ଦୁଇ ଜଣ ମାଷ୍ଟର ଟ୍ରେନର ଶୀଲା ବେହେରା ଓ ଅନିତା ପୃଷ୍ଟି ଛାତ୍ରୀ ମାନଙ୍କୁ ଜୁଡୋ , କରାଟେ ପ୍ରଶିକ୍ଷଣ ଦେଇଥିଲେ । ଓଡ଼ିଆ ବିଭାଗ ଅଧ୍ୟାପକ ବିଶ୍ଵ ଭୁଷଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସୂପ୍ତିମୟି ମହାନ୍ତି ଓ ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।