ନୌକା ବିହାର ପର୍ଯ୍ୟଟନ ସ୍ଥଳୀ ଉଦଘାଟନ କଲେ କଳାହାଣ୍ଡି ସାଂସଦ 

ଜୁନାଗଡ଼, ୦୫/୯/୨୦୨୪ (ଓଡ଼ିଶା ସମାଚାର)-ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇ ଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ  ଭତ୍ର।ଡ୍ୟାମ ଠାରେ ଆଜି ଜୁନାଗଡ଼ ବନାଞ୍ଚଳ ପକ୍ଷରୁ  ନୌକା ବିହାର ପର୍ଯ୍ୟଟନ ସ୍ଥଳୀ ର ଶୁଭ ଉଦ ଘାଟନ ହୋଇଯାଇଛି  ।ଏହାକୁ କଳାହାଣ୍ଡି ସାଂସଦ ମାଲବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ,  ବନ ଖଣ୍ଡ ଅଧିକାରୀ କଳାଇ ଭାନ ନ  ଆର  , ଜୁନାଗଡ଼ ବନାଞ୍ଚଳ ଅଧିକାରୀ ସୀମାଞ୍ଚଳ ମିଶ୍ର , କର୍ତ୍ତବ୍ୟ  ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ ,ଫରେଷ୍ଟର ଶ୍ରୀକାନ୍ତ ପଟ୍ଟନାୟକ , କାହ୍ନୁ ଚରଣ ତ୍ରିପାଠୀ ,ବଲର।ମ ଭୋଇ ସମେତ ଅନେକ ଫରେଷ୍ଟ କର୍ମଚାରୀ ଉପସ୍ଥିତ ରହି ଥିଲେ । ପର୍ଯଟକ ଙ୍କ ସୁବିଧା କରିବା ପାଇଁ ଆଜି ଭତ୍ର। ଡ୍ୟାମ ଠାରେ ମଟର ଚାଳିତ ନୌକା ବିହାର ର ବ୍ୟବସ୍ଥା କରାଯାଇଛି ।ଯାହା ଫଳରେ ଲୋକମାନେ ଏହାର ଭର ପୁର ମଜା ନେଇପାରିବେ । ଏହି ଭତ୍ର। ଡ୍ୟାମ ଚାରିପଟେ ସୁନ୍ଦର  ପରିବେଶ  ସାଙ୍ଗକୁ ଲୋକମାନେ ବଣଭୋଜି ର ଆସର କରିବାର ସମସ୍ତ ସୁବିଧା ରହିଛି । ଯାହାକି ଜୁନାଗଡ଼ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି ।ଏହି କାର୍ଯ୍ୟକ୍ରମ ରେ  ସାମ୍ବାଦିକ ସଂଘର ସଭାପତି  ହିମାଂଶୁ ଶେଖର ବରାଡ଼ ,ପୂର୍ବତନ ନଗରପାଳ  ସୁଧାଂଶୁ ବର।ଡ଼ , ବକ୍ସି ତୁଳସୀ ପାଲି ସରପଞ୍ଚ ଦିବ୍ୟ ଦୀପ ,କଲେଇ ଗାଁ ସରପଞ୍ଚ ମଳୟ  ଆଚାର୍ଯ୍ୟ ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା ସମେତ ଅଞ୍ଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ ।

Leave a Reply

Your email address will not be published. Required fields are marked *