୨୫ ବର୍ଷରେ ଭାରତ ମସଲା, ସେପ୍ଟେମ୍ବର ୭ ରେ ” ଭାରତ ପ୍ରତିଭା” ସମ୍ମାନ

କଟକ ସଦର, ୩୧/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ଏକ ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ସଂଗଠନ” ଜୟ ଭାରତ ଫାଉଣ୍ଡେସନ” ପକ୍ଷରୁ ପରିଚାଳିତ ଭାରତ ମସଲା କମ୍ପାନୀ ଆସନ୍ତା ୭ ତାରିଖ ଗଣେଶ ଚତୁର୍ଥୀ ଦିନ ତା’ର ୨୫ ବର୍ଷ ପୂର୍ତ୍ତି ବାରଙ୍ଗ ରାମଦାସପୁର କାରଖାନା ପରିସରରେ ମହାସମାରୋହରେ ପାଳନ କରିବାକୁ ଯାଉଛି ବୋଲି କଟକ ବାରବାଟି ଷ୍ଟାଡିୟମ ଓସିଏ (ଓଡ଼ିଶା କ୍ରିକେଟ ଆସୋସିଏସନ୍) କନଫରେନ୍ସ ହଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଏଥିରେ ଚଳିତବର୍ଷ ଅଯୋଧ୍ୟା ରାମମନ୍ଦିର ନିର୍ମାଣ ଓ ଯୁଗ ପୁରୁଷ ରାମଲାଲା ଙ୍କ ମଥାରେ ସୂର୍ଯ୍ୟଙ୍କ ରଶ୍ମିକୁ ସିଧାସଳଖ ପହଞ୍ଚାଇ ସୂର୍ଯ୍ୟ ତିଳକ ପିନ୍ଧାଇ ଥିବା ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପାଣିଗ୍ରାହୀ ଙ୍କୁ “ଭାରତ ଗୈ।ରଵ”,ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ  ପ୍ରଶାସନିକ ଅଧିକାରୀ ରବି ନାରାୟଣ ସେନାପତି ଙ୍କୁ”ସେବା ଭାରତ”, ସାହିତ୍ୟ କ୍ଷେତ୍ରରେ ଓଡ଼ିଶାରୁ ପ୍ରଥମକରି କବିତା ସଙ୍କଳନ ‘ଗାଁ’ ପାଇଁ ଯୁବ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ କବିତା ସଂକଳନ ‘ ଦୟାନଦୀ ‘ ପାଇଁ ୨ୟ ଥର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିବା ଡ଼କ୍ଟର ଗାୟତ୍ରୀବାଳା ପଣ୍ଡା ଙ୍କୁ ” କଥା ଭାରତ”, ଚଳଚ୍ଚିତ୍ର, ଟେଲିଭିଜନ ରେ ସଂସ୍କୃତିକୁ ବଜାୟ ରଖିପାରିଥିଵା ସୀତାରାମ ଅଗ୍ରୱାଲ ଓ ବିଶିଷ୍ଟ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲ ଙ୍କୁ ଯୁଗ୍ମ ଭାବେ ” ସଂସ୍କୃତି ଭାରତ”, କ୍ରୀଡ଼ା ଜଗତରେ ସୁନାମ ଅର୍ଜ୍ଜନ କରିଥିବା ଜାତୀୟ ପର୍ବତାରୋହିଣୀ ସୁଶ୍ରୀ ଵିଭାରାଣୀ ପାତ୍ର ଙ୍କୁ ” କ୍ରୀଡ଼ା ଭାରତ”,+୨ କଳା, ବାଣିଜ୍ୟ ଓ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଯଥାକ୍ରମେ ଶୀର୍ଷସ୍ଥାନ ଅଧିକାର କରିଥିବା ଚିନ୍ମୟ ପାତ୍ର,ସିଲଭା ସାହୁ, ପ୍ରଜ୍ଞାପାରମିତା ଗିରି ଙ୍କୁ ” ଵିଦ୍ୟା ଭାରତ” ସମ୍ମାନ ରେ ସମ୍ମାନୀତ କରାଯାଇ ନଗଦ ଅର୍ଥରାଶି, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଥିଲେ। ଏସ ଏନ୍ ମିଲେନିୟମ ଙ୍କ ସଂଯୋଜନାରେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା,ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଟ୍ରଷ୍ଟି ପ୍ରଫୁଲ୍ଲ ସିଂହ,ଜିଏମ (ଫାଇନାନ୍ସ) ଅଶ୍ୱିନୀ କୁମାର ଦାସ,ଜିଏମ୍ (ପ୍ରଡକ୍ସନ) ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *