ଚୋରାମଦ ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ଗିରଫ

କେନ୍ଦ୍ରାପଡ଼ା,୧୫/୧୦/୨୦୨୫(ଓଡ଼ିଶା ସମାଚାର)- ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ ଓ ଆଳି ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସମୁଦାୟ ୫୭ ଲିଟର ବିଦେଶୀ ମଦ ସହ ୧୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି ।

ପଟ୍ଟାମୁଣ୍ଡାଇ ପୌରସଂସ୍ଥା ଅନ୍ତର୍ଗତ ୱାର୍ଡ ନମ୍ବର ୧୧ ଅଂଚଳରୁ ସେକ ମୁଜାଫର ଅଲି(୨୫)ଙ୍କ ଠାରୁ ୫୫ ଗ୍ରାମ ବ୍ରାଉନସୁଗାର ଓ ସେକ ଗରିବୁଲ୍ଲା(୩୪)ଙ୍କ ଠାରୁ ୬୦ ଗ୍ରାମ ବ୍ରାଉନ ସୁଗାର, ନାଳପାଇ ଗ୍ରାମର ପ୍ରଫୁଲ୍ଲ ନାୟକ(୩୫)ଙ୍କ ଠାରୁ ୨୧ ଲିଟର ବିଦେଶୀ ମଦ, ଏକମାଣିଆ ଗ୍ରାମର ମାନସ ରଞ୍ଜନ ଦାସ(୨୮)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ ଓ କାଂଚନ ସାହୁ(୨୪)ଙ୍କ ଠାରୁ ୧୭ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ପାଖରୁ ସମୁଦାୟ ୫୭ ଲିଟର ବିଦେଶୀ ମଦ ସହ ୧୧୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଅବକାରୀ ଉପନିରୀକ୍ଷକ ରୁତୁପ୍ରଭା ସ୍ୱାଇଁ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ର, ଛାୟକାନ୍ତ ନାୟକ, ନରେଶ କୁମାର ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *