ବେଆଇନ ଜବରଦଖଲ : ତହସିଲଦାର ଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ମାନବିକ ଅଧିକାର ଆୟୁକ୍ତ ଙ୍କ ନିକଟରେ ଫେରାଦ

କଟକ ସଦର,୦୨/୦୬/୨୦୨୫ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ତଥା କିଶନନଗର ତହସିଲ ଅନ୍ତର୍ଗତ ସୋମପୁର ପଞ୍ଚାୟତ ଥୋରିଆପଡା ଗ୍ରାମର ଏକ ସରକାରୀ ରାସ୍ତା କୁ ଜବରଦଖଲ ହୋଇଥିବା ନେଇ ଅଭିଯୋଗ ହୋଇଆସୁଥିଲା।

ଏଥିପାଇଁ ତହସିଲଦାର ମାପ କରିବାକୁ ଅମିନ ଓ ରାଜସ୍ବ ନୀରିକ୍ଷକ ଙ୍କୁ ଜବରଦଖଲ ସ୍ଥଳକୁ ପଠାଇଥିଲେ ବି ଜବରଦଖଲକାରୀ ଙ୍କ ତୀବ୍ର ବିରୋଧ ଓ ଠେଲାପେଲା ର ଶୀକାର ହୋଇ ଦୁଇଥର ସେମାନେ ପଳାୟନ କରି ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଶେଷରେ ତହସିଲଦାର  ନିଜେ ଜବରଦଖଲ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

 ହେଲେ କାର୍ଯ୍ୟାନୁଷ୍ଠାନ ନହେଵା କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତହସିଲଦାର ଙ୍କ ଏଭଳି ଟାଳଟୁଳ ନୀତି ପ୍ରତିବାଦରେ ଆଜି ସୋମବାର ଦିନ ଥୋରିଆପଡା ଗ୍ରାମବାସୀମାନେ ରାଜ୍ୟ ମାନବାଧିକାର କମିଶନ, ଆର୍ ଡି ସି ଓ କଟକ ଜିଲ୍ଲାପାଳ ଙ୍କ ନିକଟରେ ସମସ୍ତ ତଥ୍ୟ ସହ ଫେରାଦ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *