କଟକ, ୧୪/୧୧/୨୦୨୩ (ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପବିତ୍ର ଜନ୍ମ ତିଥି ପାଳନ କରାଯାଇଛି । ସେ ଶିଶୁ ମାନଙ୍କୁ ଭାରି ଭଲ ପାଉଥିଲେ ତେଣୁ ତାଙ୍କର ଜନ୍ମ ଦିବସକୁ ଭାରତର ଶିଶୁ ଦିବସ ରୂପେ ପାଳନ କରିଆସୁଅଛି । ଅନୁଷ୍ଠାନ ତରଫରୁ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଆମ ମାନଙ୍କର ଆଜିର ପ୍ରାର୍ଥନା ହେଉ ସେ ଆତ୍ମା ବାରମ୍ବାର ଏ ଦେଶ ରେ ଜନ୍ମ ହୋଇ ଭାରତର ନାମକୁ ଅକ୍ଷୁର୍ଣ୍ଣ ରଖିଥାଉ । ମୁଖ୍ୟ ଅତିଥି ଭାବେ ଆଦର୍ଶ ଶିକ୍ଷକ ମିହିର କୁମାର ଦାସ,ପ୍ରତିଷ୍ଠାନ ସଭାପତି ବରିଷ୍ଠ କବୀ ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ଅଭୟ କୁମାର ଦାସ ଉପସଭାପତି ଶିଳ୍ପୀ ଉପେନ୍ଦ୍ର ବାରିକ,ସାଧାରଣ ସମ୍ପାଦକ ସଦର ମାଟିର ଗର୍ବ ଗୌରବ ବରିଷ୍ଠ ନାଗରିକ ନାରାୟଣ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।