ପାଟକୁରା,୩୦/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲାରୁ ରାଜ୍ୟର ତିରିଶ ଗୋଟି ଜିଲ୍ଲାର ୩୧୪ବ୍ଲକରେ ୬୯ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଆଭାସୀ ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ନିର୍ମାଣ କରିବା ପାଇଁ କାର୍ୟ୍ୟାଦେଶ ବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ଗରଦପୁର ବ୍ଳକ ପ୍ରଶାସନ ବ୍ଳକ ପରିସରରେ ଏକ ସମାବେଶର ଆୟୋଜନ କରିଥିଲେ । ଏହାକୁ ବ୍ଳକ ଭାଜପା ନେତା ତଥା କେନ୍ଦ୍ରାପଡା ସାଂସଦଙ୍କ ବ୍ଳକ ପ୍ରତିନିଧି ପ୍ରସନ୍ନ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସମାବେଶ ସ୍ଥଳୀରେ ଥିବା ଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ।

ବିଡ଼ିଓ ଆଲୋକ ରଂଜନ ସେଠୀ, ଗରଦପୁର ତହସିଲଦାର ତୃପ୍ତି ଦାଶ,ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଓ଼ ପର୍ୟ୍ୟବେକ୍ଷକ ଭାବେ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ରାଜେଶ ପ୍ରଧାନ ମଧ୍ୟ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦପଡି ଯାଉଥିବା ଯୋଗ୍ୟ ହିତାଧି କାରୀଙ୍କୁ ସରକାର ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିପାରିବେ ।
ଭିନ୍ନକ୍ଷମ ବ୍ୟକ୍ତି, ନିରାଶ୍ରୟ ବିଧବା, ରୋଗାକ୍ରାନ୍ତ ବ୍ୟକ୍ତି, ଆର୍ଥିକ ଦୁରବସ୍ଥାରେ ଥିବା ସହିଦ ପରିବାର, ଅଗ୍ନି ବିପନ୍ନ ପରିବାର, ହାତୀ ଉପଦ୍ରବ୍ୟରେ ଘରହ ରାଇଥିବା ବ୍ୟକ୍ତି, ବନ୍ୟା-ବାତ୍ୟାରେ ନଷ୍ଟ ହୋଇଥିବା ଗୃହର ମାଲିକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ବାସ ଗୃହ ଯୋଗାଇଦେଇ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଆଭାସୀ ଉଦବୋଧନ ଭାଷଣରେ କହିଥିଲେ ।
ଗରଦପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ , ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି, ଜନସାଧାରଣ ଓ଼ ହିତାଧିକାରୀ ମାନେ ଏହି ସମାବେଶରେ ସାମିଲ ହୋଇଥିଲେ । ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡ଼ନ୍ତି ସେଥିପ୍ରତୀ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଆଭାସୀ ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ସତର୍କ କରାଇ ଦେଇଥିଲେ ।
ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ର ୧୮ ଟି ପଂଚାୟତରେ ମୋଟ ୨୭୯ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବ୍ଲକ୍ ପ୍ରଶାସନ ସୂଚନା ଦେଇଛି । ଉତ୍ସବରେ ବିଭିନ୍ନ ପଂଚାୟତର କୌଶଲ୍ୟା ଜେନା, ରଶ୍ମିତା ମଲିକ, ଅଭୟ ପତି ,ମିନତି ମିଶ୍ର ପ୍ରମୁଖ ଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ର ୧୮ ଟି ପଂଚାୟତରେ ମୋଟ ୨୭୯ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବ୍ଲକ୍ ପ୍ରଶାସନ ସୂଚନା ଦେଇଛି । ସେମାନଙ୍କୁ ପଂଚାୟତରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ସରପଂଚ ଅନୁସୟା ବେହେରା,ସରପଂଚ ପ୍ରଭାତ ନଳିନୀ ଜେନା , ସରପଂଚ ମାନସ କୁମାର ରାଉତ, ସରପଂଚ ଅମିୟ କୁମାର ଜେନା , ସରପଂଚ ସନ୍ତୋଷ ମାହାଳି, ସମିତି ସଭ୍ୟ ଦିଲିପ ସାହୁ, ସତ୍ୟଜିତ ସାହୁ,ବ୍ରଜ କିଶୋର ସାହୁ, ଦିଲିପ କୁମାର ପଣ୍ଡା , ସରପଂଚ ପ୍ରତିନିଧି ପ୍ରତାପ ସ୍ୱାଇଁ, ଶୈଳେନ୍ଦ୍ର କୁମାର ମହାନ୍ତି , ଅଶୋକ କୁମାର ଜେନା, ରମାକାନ୍ତ ବେହେରା, ପୂର୍ବତନ ସରପଂଚ ନୟନ ବଲଭ ନାୟକ, ବିଜ୍ଞାନୀ ରତ୍ନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।
