ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୦୬/୧୨/୨୦୨୩ (ଓଡ଼ିଶା ସମାଚାର)-ଭାରତ ବର୍ଷର ସମ୍ବିଧାନ ପ୍ରଣେତା ଦଳିତମାନଙ୍କ ସ୍ୱାର୍ଥ ପାଇଁ ନିରନ୍ତର ଲଢେଇ କରିଆସିଥିବା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୬୭ତମ ଶ୍ରାଦ୍ଧ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ସଂଚାଳକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଏ.ଜି. ଛକସ୍ଥିତ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଅମିତ ପାତାଳସିଂହ, ହରପ୍ରିୟା ପଟ୍ଟଯୋଷୀ, ଜ୍ୟୋତିରଂଜନ ପ୍ରଧାନ, ତାପସ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣୟନ କରି ଲୋକମାନଙ୍କୁ ଗଣତାନ୍ତ୍ରିକ ଅଧିକାର ପ୍ରଦାନ ସହ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ବାବା ସାହେବ ଆମ୍ବେଦକରଙ୍କ ଭୂମିକା ଅବିସ୍ମରଣୀୟ ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *