ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ   

ଗରଦପୁର,୦୬/୧୨/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ବଙ୍ଗାଳପୁର ଗ୍ରାମର ଗ୍ରାମ ଦେବତୀ ମା କ୍ଷେତ୍ର ପାଳିକାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ପୂଜା ବିଧି ଓ ନୀତିକାନ୍ତି ଅନୁଯାୟୀ ଗ୍ରାମର ମହିଳାମାନେ ସ୍ଥାନୀୟ ଚିତ୍ରୋତ୍ପଳା ନଦୀରୁ ୧୦୮ କଳସରେ ପବିତ୍ର ଜଳ ସଂଗ୍ରହ କରି ଏକ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳକୁ ଆଣିବା ପରେ ମା ଙ୍କ ଶୋଡ଼ଷ ଉପଚାରରେ ପୂଜା ବିଧି ଆରମ୍ଭ ହୋଇଛି । ୩ ଦିନ ବ୍ୟାପି ଯଜ୍ଞ ହେବା ସହ ଆସନ୍ତା ଶୁକ୍ରବାର ଦିନ ମା ଙ୍କ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୂତି ସମ୍ପନ୍ନ ହେବ । ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସମାରୋହ ଓ ନାମ ସଙ୍କିର୍ତନ ର ବ୍ୟବସ୍ଥା କରାଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠାର କର୍ତା ପ୍ରଦୀପ କୁମାର ଲେଙ୍କା, ସରପଂଚ ଅମିୟ କୁମାର ଜେନା , ମାଗୁଣି ଚରଣ ଲେଙ୍କା, ପ୍ରଶାନ୍ତ ଲେଙ୍କା, ଶୁଭେନ୍ଦୁ ଲେଙ୍କା, ଡ଼ ପ୍ରମୋଦ କୁମାର ଲେଙ୍କା, ବ୍ରଜ କିଶୋର ସ୍ୱାଇଁ, ଦେବବ୍ରତ ଲେଙ୍କା, ଶ୍ୟାମ ସୁନ୍ଦର ଲେଙ୍କା, ଅକ୍ଷୟ କୁମାର ସାହୁ, ଧୀରେନ୍ଦ୍ର ଲେଙ୍କା, ସୁରେନ୍ଦ୍ର ରଣା, ପ୍ରଶାନ୍ତ ବିଶ୍ୱାଳ, ଧୃବ ଚରଣ ସୂତାର, ରୁଦ୍ର ନାରାୟଣ ତ୍ରିପାଠୀ,ରବିନ୍ଦ୍ର ମହାରଣା ପ୍ରମୁଖ ସାମିଲ ହୋଇ ଗ୍ରାମବାସୀଙ୍କ ସହିତ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *