ଗୁରୁକୂଳ ଉତ୍ସବ ୨୦୨୩ ଉଦଯାପିତ

ଭୁବନେଶ୍ୱର, ୩୧/୦୩/୨୦୨୪ (ଓଡ଼ିଶା ସମାଚାର) – ରବିବାର ସଂଧ୍ୟାରେ ତିନିଦିନିଆ ଗୁରୁକୂଳ  ଉତ୍ସବ ପଦ୍ମଶ୍ରୀ ଡ଼ଃ ଅରୁଣ ମହାନ୍ତି (ସଭାପତି , ଓଡିଶା ସଙ୍ଗୀତ ନାଟକ ଏକାଡେମୀ) ଏବଂ ଗୁରୁ ଡ଼ଃ ବିଜୟ କୁମାର ଜେନା (ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ) ଙ୍କ ଗାରୀମାମୟ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି। ଗୁରୁକୂଳ ର ସଚିବ ଗୁରୁ ହିମାଂଶୁ ଶେଖର ସ୍ୱାଇଁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ସହ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସର୍ବ ପ୍ରଥମେ ଗୁରୁକୁଳ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ତୁଳସୀ ଦାସ ବିରଚିତ ରୁଦ୍ରାଷ୍ଟକ ପରିବେଷଣ ହୋଇଥିଲା । ପରେ ପରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ସହିତ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଅତିଥି ଙ୍କ ସହିତ ଗୁରୁକୁଳ ର ପ୍ରତିଷ୍ଠାତା ଗୁରୁ ରାମହରି ଦାସ ଏବଂ ଅଧକ୍ଷ ଗୁରୁ ଧନେଶ୍ଵର ସ୍ୱାଇଁ ତଥା ନ୍ୟାସି ଉପସ୍ଥିତ ଥିଲେ। ଉକ୍ତ ସଂଧ୍ୟା ର ପ୍ରଥମ ପରିବେଷଣ ଥିଲା ସିତାର ବାଦନ ଯାହାକୁ ପରିବେଷଣ କରିଥଲେ ଗୁରୁ ରବିଶଙ୍କର ପ୍ରଧାନ ଏବଂ ସାଥୀ। ପରେ ପରେ ଗୁରୁକୁଳ ର ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ଟ୍ରିପଟା ତାଳରେ ପରିବେଷଣ ହୋଇଥିଲା ବୃନ୍ଦ ମର୍ଦ୍ଦଳ ବାଦନ ଯାହାକୁ ଗୁରୁ ଧନେଶ୍ଵର ସ୍ୱାଇଁ ସଂଯୋଜନା କରିଥଲେ। ଶ୍ରୀମତୀ ସରିତା ମିଶ୍ର ଙ୍କ ଏକକ ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ପରିଶେଷରେ ଭୁବନେଶ୍ୱର ରୁ ଆସିଥିବା କ୍ରିଏଟିଭ ମାସ ଦ୍ବାରା ନୃତ୍ୟ ନାଟିକା ଏଇ ଆମରି ଗାଁ ଦର୍ଶକ ମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ମଞ୍ଚ ପରିଚାଳନାରେ ଥିଲେ ଡ଼ଃ ଶ୍ରୀନିବାସ ଘଟୁଆରୀ ଏବଂ ଚିତ୍ର ଉତ୍ତୋଳନ ରେ ସହଯୋଗ କରୁଥିଲେ ଶ୍ରୀଯୁକ୍ତ ଗଣେଶ ସାହୁ । ଏହି ଦୁଇଜଣଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା।

Leave a Reply

Your email address will not be published. Required fields are marked *