ସମାଜସେବୀ ସଞ୍ଜୟ ନାଏକଙ୍କ ଜାତିଆନ ସଭା ।

ହିନ୍ଦୋଳ,୧୩/୧୨/୨୦୨୩ (ଓଡ଼ିଶା ସମାଚାର)-ସ୍ଥାନୀୟ ସାତମାଇଲ ସ୍ଥିତ ହାଟପଡିଆ ଠାରେ ହିନ୍ଦୋଳ ବ୍ଲକର ହରିଜନ ସମାଜର ମୁଖ୍ୟ ମୁଖ୍ୟ ଵ୍ୟକ୍ତି ବିଶେଷଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଗ୍ରାମର ସଭାପତି ଓ ସେକ୍ରେଟାରୀ ମାନେ ଉପସ୍ଥିତ ରହି ସଭାକୁ ଗୌରବାନିତ୍ୱ କରିଥିଲେ । ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ଏହି ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ନିଜ ଜାତି ସମାଜକୁ ଶିକ୍ଷା, ସ୍ୱାସ୍ଥ୍ୟ ସହ ରୋଜଗାରକୁ ଗୁରୁତ୍ୱ ଦେଇ ଆଗେଇ ନେବାକୁ ଶ୍ରୀ ନାଏକ ଉପସ୍ଥିତ ସଭାରେ ଆହ୍ୱାନ ଦେଇଛନ୍ତି ।ବିଗତ ୨୫ ବର୍ଷ ହେଲା ପାଣ ସମ୍ପ୍ରଦାୟ ର ବିଧାୟିକା ହେଲେ ମଧ୍ୟ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ କିଛି ଉନ୍ନତି ହୋଇ ନାହିଁ ବୋଲି ସମସ୍ତେ ଖୁବ୍ଧ ପ୍ରକାଶ କରିଛନ୍ତି । ନାରୀ ନେତୃତ୍ୱ ତାଙ୍କ ଦୁରବସ୍ଥା ପାଇଁ ଦାୟୀ ବୋଲି ସମେସ୍ତେ ଏକମତ ହୋଇ ଥିଲେ । ସମସ୍ତ ସମ୍ମାନିତ ଅତିଥି ମାନଙ୍କ ପଦ ପ୍ରଖାଳନ ସହ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଜାତିଭାଇ ମାନଙ୍କୁ ସମ୍ମାନ ଜଣାଇଛନ୍ତି । ନିଜେ ଅନ୍ୟକୁ ସମ୍ମାନ ଦେଲେ ଅନ୍ୟମାନେ ସମାଜକୁ ସମ୍ମାନ ଦେବେ ବୋଲି ସଞ୍ଜୟ ନାଏକ ବକ୍ତବ୍ୟ ଦେଇଥିଲ । ସେ ସମାଜର ଗୁରୁଜନମାନଙ୍କର ଆଦର୍ଶ ରେ ନିଜକୁ ଅନୁପ୍ରାଣିତ କରି ସେବା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ସମାଜସେବୀ ଶ୍ରୀ ସଞ୍ଜୟ ନାଏକ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାଥି ଭାବେ ନିଜକୁ ପ୍ରସ୍ତୁତ କରିସାରିଲେଣି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଂଗଠନ ସହ ସେ ଦୀର୍ଘଦିନ ହେଲା ଜଡିତ ଅଛନ୍ତି । ଆଜିର ଏହି ବୈଠକ ହିନ୍ଦୋଳ ରାଜନୀତିରେ ଏକ ନିର୍ଣ୍ଣାୟକ ମୋଡ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *