ସ୍ମାର୍ଟ୍ ଗ୍ରାମ କଲରାଵାଙ୍କ ରେ ୯୫ ତମ ‘ ନୀଳିମା ଉତ୍ସବ -୨୦୨୪’ ମହାସମାରୋହରେ ପାଳିତ 

କଟକ ସଦର ,୨୧/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍ ମାଣପୁର ପଞ୍ଚାୟତର ସ୍ମାର୍ଟ୍ ଗ୍ରାମ କଲରାଵାଙ୍କ ଠାରେ ଆଜି ବୁଧବାର ଦିନ କିଟ୍ ଓ କିସ୍ ର ପ୍ରାଣ ପ୍ରତିଷ୍ଠାତା, ପୂର୍ବତନ ସାଂସଦ, ପ୍ରଫେସର ଡ଼ଃ ଅଚ୍ୟୁତ ସାମନ୍ତଙ୍କ ମାତା ସ୍ୱର୍ଗତାଃ ନୀଳିମାରାଣୀ ସାମନ୍ତଙ୍କ ୯୫ ତମ ଜୟନ୍ତୀ ନୀଳିମାରାଣୀ ସ୍ମାରକୀ ସେବା ନ୍ୟାସ ଆନୁକୁଲ୍ୟରେ ‘ନୀଳିମା ଉତ୍ସଵ-୨୦୨୪’ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡ଼ଃ ସାମନ୍ତ ଙ୍କ ବାଲ୍ୟ ବନ୍ଧୁ ତଥା ଆଗାମୀ ଓଡ଼ିଶା ର ପ୍ରତିଷ୍ଠାତା ସଭାପତି ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ଵାଇଁ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ନୀଳିମା ଉତ୍ସବ ରେ ଓଡ଼ିଶା ମାନଵ ଅଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତୃଘ୍ନ ପୁଜାହାରୀ, ଆଧ୍ୟାତ୍ମିକ ଗୁରୁ ବାବା ରାମନାରାୟଣ ଦାସ ମହାରାଜ,ବରଗଡ଼ ଜିଳ୍ଲାର ବିଶିଷ୍ଟ ମହିଳା ଚାଷୀ ରାମଵାଈ ଦାସ, ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟିର ବରିଷ୍ଠ ସଦସ୍ୟ ତଥା ବିଶିଷ୍ଟ ଭେଷଜ ଚିକିତ୍ସକ ଡ଼ଃ ସି ବି କେ ମହାନ୍ତି ପ୍ରମୁଖ ଯୋଗ ଦେଇ ସେବା, ତ୍ୟାଗ, କ୍ଷମା କର୍ମଵାଦର ମୂର୍ତ୍ତିମନ୍ତ ପ୍ରତୀକ ରତ୍ନଗର୍ଭା ମା’ ନୀଳିମାରାଣୀ ସାମନ୍ତଙ୍କ ଉପରେ ଆଲୋକପାତ କରିଥିଲେ। ଡ଼ଃ ସାମନ୍ତ ଏଥିରେ ଯୋଗ ଦେଇ ମା’ ଙ୍କର ଆଦର୍ଶ ପାଇଁ ମୁଁ ଆଜି ଏତେ ବାଟରେ ପହଞ୍ଚି ପାରିଛି କହି ମା’ ଓ ମାଟିକୁ ସମସ୍ତେ ସମ୍ମାନ ଜଣାଇବାକୁ କହିଥିଲେ। ଏହି ଅବସରରେ ତିନି ଜଣ ଅତିଥିଙ୍କୁ ନୀଳିମାରାଣୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ କଲରାଵାଙ୍କ ଉଚ୍ଚ ବିଦ୍ୟାଳୟ ଓ କଳିଙ୍ଗ ଇଂରାଜୀ ମାଧ୍ୟମ ସ୍କୁଲର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ୫ ହଜାର ଟଙ୍କା ଦିଆଯାଇ ପୁରସ୍କୃତ କରାଯାଇଥିଲା। ହେଲେ ଡଃ ମହାନ୍ତି ଓ ଜଷ୍ଟିସ ପୂଜାହାରୀଙ୍କୁ ସମ୍ବର୍ଦ୍ଧନା ରେ ଦିଆଯାଇଥିବା ୫୦ ହଜାର ଟଙ୍କାର ଅର୍ଥ ରାଶିକୁ ସେମାନେ ସ୍କୁଲର ପିଲାମାନଙ୍କ ଉଦେଶ୍ୟରେ ଫେରସ୍ତ ଦେଇଥିଲେ। ଉଭୟ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ପରିବେଷଣ ହୋଇଥିବା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବେଶ୍ ଉପଭୋଗ୍ୟ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ନୀଳିମାରାଣୀଙ୍କ କନ୍ୟା ବିଶିଷ୍ଟ ସାହିତ୍ୟିକା, କାଦମ୍ବିନୀ ଓ କୁନି କଥା ର ସମ୍ପାଦିକା ଡ଼ଃ ଇତି ସାମନ୍ତ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *