ବାଇକ୍ କୁ ଧକା ଦେଲା ଅଟୋ,ସିକୁରିଟି ଗାର୍ଡ ଆହତ

ଲକ୍ଷ୍ମୀପୁର ୦୬/୧୨/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)- ଲକ୍ଷ୍ମୀପୁର ଆଇଟିଆଇ କଲେଜ୍ ଠାରୁ ଗୋଟେ କିଲୋମିଟର ଦୂର ନାରାୟଣପାଟଣା ରାସ୍ତାରେ ଏକ ବାଇକ୍ କୁ ପାସେଞ୍ଜର୍ ଅଟୋ ଧକା ଦେଇଥିବା ବେଳେ ବାଇକ୍ ଟି ପୁରା ଚୂର୍ମାର ହୋଇଯାଇଛି। ଫଳରେ ବାଇକ୍ ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।ଉକ୍ତ ବାଇକ୍ ଚାଳକ ଲକ୍ଷ୍ମୀପୁର କୋଡ଼ିଙ୍ଗା ମାଳି ଖଣି ଅଞ୍ଚଳରେ ସିକୁରିଟି ଗାର୍ଡ ଭାବେ କାର୍ୟ୍ୟ କରନ୍ତି। ସିଏ ନାରାୟଣ ପାଟଣାରୁ ଲକ୍ଷ୍ମୀପୁର ନିଜର ଏପି ୩୦ କ୍ୟୁ-୭୭୪୮ ନମ୍ୱର୍ ହିରୋ ଗ୍ଲାମୋର୍ ବାଇକ୍ ରେ ଆସୁଥିବା ବେଳେ ସାମନା ପଟରୁ ଆସୁଥିବା ଏକ ପାସେଞ୍ଜର ଅଟୋ ଧକା ଦେଇଥିଲା।ଫଳରେ ସିଏ ରାସ୍ତା କଡକୁ ଛିଟିକି ପଡ଼ିଥିବା ବେଳେ ଅଟୋ ଧକ୍କାରେ ବାଇକ୍ ଟି ଚୂର୍ମାର୍ ହଜାଇଥିଲା।
ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳକୁ ଯାଇ ବାଇକ୍ ଚାଳକକୁ ଉଧାର କରି ଲକ୍ଷ୍ମୀପୁର ଡାକ୍ତରଖାନା ରେ ଭର୍ତି କରାଇଥିଲା ବେଳେ ସିଏ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି।ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣା ପଡିଛି।ପ୍ରକାଶ ଥାଉକୀ ଲକ୍ଷ୍ମୀପୁର ଅଞ୍ଚଳରେ କିଛି ଅଟୋ ଚାଳକ ମନ ଇଛା ଅଟୋ ଚଳାଇବା ସହ ପରିବହନ କ୍ଷମତା ଠାରୁ ଅଧିକ ସଂଖ୍ୟକ ପାସେଞ୍ଜର ପରିବହନ କରୁଥିବା ଦେଖିବାକୁ ମିଳିଛି। କିଛି ଚାଳକ ମାନେ ବିନା ଲାଇସେନ୍ସରେ ଅଟୋ ଚଳାଉଥିବା ଶୁଣିବାକୁ ମିଳିଛି।ଏହିଭଳି ବେପରୁଆ ଅଟୋ ଚାଳକକୁ ଚିହ୍ନଟ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *