ଯାଜପୁର ସହରାଞ୍ଚଳରେ ଗୃହ ଗଣନା ଓ ଜନଗଣନା କାର୍ଯ୍ୟ ତ୍ୱରାନ୍ୱିତ

ଯାଜପୁର ୨୭/୦୪/୨୦୨୬ (ଓଡ଼ିଶା ସମାଚାର)- ଜନଗଣନା-୨୦୨୭ ଅନୁସାରେ ଯାଜପୁର ଟାଉନ ସେନସସ୍ ଚାର୍ଜ ଅଧିନରେ ଥିବା VVIP category ରେ ଥିବା ମାନ୍ୟବର ପୂର୍ବତନ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ , ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀଯୁକ୍ତ ଯଯାତି କେଶରୀ ଦାସ ଙ୍କ  ବାସଗୃହର ଗୃହଗଣନା କାର୍ଯ୍ୟ ଆଜି ଯାଜପୁର ଟାଉନ ସେନସସ୍ ଚାର୍ଜ ଅଫିସର ଶ୍ରୀ ଲକ୍ଷ୍ମୀଧର ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଣନା କାରୀ ଅଦୃଶ୍ୟନ୍ତୀ ମିଶ୍ର, ବିଜୟଲକ୍ଷ୍ମୀ ସାହୁ ଏବଂ ସୁପରଭାଇଜର ହେମନ୍ତ କୁମାର ସାହୁ, ରଜତ କମଲ  ଏବଂ  ସୁବାସ ଚନ୍ଦ୍ର ଦାସ ପ୍ରମୁଖ ଯାଜପୁର ଟାଉନ ଅନ୍ତର୍ଗତ ୟୁନିଟ -୧୦ ଏବଂ  ୟୁନିଟ -୧୨ ରେ ଥିବା ବାସଗୃହ ଗଣନା କାର୍ଯ୍ୟ ସମ୍ପାଦନ କରିଥିଲେ ।

ବର୍ତ୍ତମାନ ଟାଉନସେନସସ ଅଧିନରେ ୯୦ ଗୋଟି HLB ରେ ୯୦ ଜଣ ଜନଗଣନାକାରୀ ଓ ୧୫ ଜଣ ସୁପରଭାଇଜର ଗୃହ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଗୃହ ଗଣନା କାର୍ଯ୍ୟ ୧୬.୦୪.୨୦୨୬ ଠାରୁ ୧୫.୦୫.୨୦୨୬ ରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

ବର୍ତ୍ତମାନ ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ମତେ ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ, ଯାଜପୁର ଶ୍ରୀ ଅମ୍ବର କୁମାର କର ଏବଂ  ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମଗ୍ର ଯାଜପୁର ଜିଲ୍ଲାରେ ଗୃହ ଗଣନା କାର୍ଯ୍ୟ ଚାଲୁ ରହିଛି  । ତେଣୁ ଜନ ସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଏହି ମହାନ ଗୃହ ଗଣନା  କାର୍ଯ୍ୟରେ  ସାମିଲ ହୋଇଗଣନାକାରୀ ଏବଂ ସୁପରଭାଇଜର ମାନଙ୍କୁ ସହଯୋଗ କରନ୍ତୁ  ।

Leave a Reply

Your email address will not be published. Required fields are marked *