କଟକ ସଦର , ୦୬/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଡ଼ଃ ଵି ଆର୍ ଆମ୍ବେଦକର ଉନ୍ନୟନ ପରିଷଦ ପକ୍ଷରୁ ଆଜି ବୁଧବାର ଦିନ ୪୨ ମୈ।ଜା ଵେଣ୍ଟକାର ଠାରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଵାଵା ସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିଵସ ପରିଷଦର ସଭାପତି ତଥା କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛୟତଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ତିଳତର୍ପଣ ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଵାଵା ସାହେବଙ୍କ ଦେଶ ପ୍ରତି ଅବିସ୍ମରଣୀୟ ଅବଦାନ ସଂପର୍କରେ ବକ୍ତାମାନେ ମତବ୍ୟକ୍ତ କରିବା ସହିତ ସମ୍ବିଧାନର ଧାରା ଓ ବିଭିନ୍ନ ଦିଗକୁ ନେଇ ଆୟୋଜିତ ଆଲୋଚନା ଚକ୍ରରେ ଆଲୋଚନା କରିଥିଲେ। ଏଥିରେ ପରିଷଦର ଉପସଭାପତି ପ୍ରଭାତ କୁମାର ଖଟୁଆ, ସଂପାଦକ ପ୍ରାଣକୃଷ୍ଣ ଭୋଇ, ମଧୁସୂଦନ ସେନାପତି, ସୁବ୍ରତ ଦାସ, ଦୂର୍ଗା ଶଙ୍କର ଦାଶ,ଉମା ଶଙ୍କର କୁଅଁର, ଉଗ୍ରସେନ ଭୁୟାଁ, ନିହାର ନନ୍ଦ, ଦିଲ୍ଲିପ ମହାନ୍ତି, ଦିଲ୍ଲିପ ସାମଲ, ଦିଲ୍ଲିପ ଵାରିକ, ସୀତାକାନ୍ତ ପଣ୍ଡା, ଋଷି କାଣ୍ଡି, ପ୍ରଫୁଲ୍ଲ ସାହାଣୀ, ଶୁକଦେବ ସାମଲ, ସଲିଳ ଭୋଇ, ନରେନ୍ଦ୍ର ଵାରିକ,ଦିପକ ସାମଲ,ସବିର ମହମ୍ମଦ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଶେଷରେ କଟକ ସଦର ଦଳିତ ମହାସଂଘର ଉପସଭାପତି ଅନିଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
୪୨ ମୈ।ଜାରେ ଆମ୍ବେଦକରଙ୍କ ମହାପ୍ରୟାଣ ଦିଵସ ପାଳିତ
