କେନ୍ଦ୍ରାପଡ଼ା, ୧୯/୮/୨୦୨୪ (ଓଡ଼ିଶା ସମାଚାର)- ବଜ୍ରାଘାତ ଯୋଗୁଁ କେନ୍ଦ୍ରାପଡା ପୌରାଂଚଳସ୍ଥିତ ଏକ ପ୍ରାଚୀନ ମନ୍ଦିର ବିନୋଦବିହାରୀ ମନ୍ଦିରରୁ ୧୨ଟି ପଥର ଖସିପଡି ବିପଦ ସୃଷ୍ଟି କରିଛି । ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ ସାରା କେନ୍ଦ୍ରାପଡା ସହର ଥରି ଉଠିଥିଲା । ଏହା ପ୍ରଭାବରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । କେନ୍ଦ୍ରାପଡା ସହରର କାକଟସ୍ଥିତ ଶ୍ରୀବିନୋଦବିହାରୀ ମନ୍ଦିର ପଛପାଶ୍ୱର୍ ଦଧିନଉତି ତଳୁ ପ୍ରାୟ ଦୁଇ କୁଇଂଟାାଲ ଓଜନର ଏକ ପଥର ତଳକୁ ଖସି ପଡିଥିଲା । ଏହି ପଥର ଖସିବା ବେଳେ ମନ୍ଦିରର ବିଭିନ୍ନ ସ୍ଥାନରେ ଧକ୍କା ଖାଇବା ଦ୍ୱାରା ଆଉ ୧୧ଟି ପଥର ମନ୍ଦିରରୁ ଖସି ପଡିଛି । ସମୁଦାୟ ୧୨ଟି ପଥର ଏହି ପ୍ରାଚୀନ ମନ୍ଦିରରୁ ଖସିବା ଦ୍ୱାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଦଧିନଉତି ମଧ୍ୟ ବାଙ୍କି ଯାଇଛି । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଆର୍ଥôଂର ବ୍ୟବସ୍ଥା ହୋଇନଥିବାରୁ ଏପରି ଅଘଟଣ ଘଟିଲା ବୋଲି ଜଣେ ବିଶେଷଜ୍ଞ କହିଛନ୍ତି । ଏହି ମନ୍ଦିର ୧୮୬୭ ମସିହାରେ ଆରମ୍ଭ ହୋଇଥିବା ବେଳେ ୧୯୦୫ ମସିହାରେ ଶେଷ ହୋଇଥିଲା । ପୁରା ପଥରରେ କାରୁକାର୍ଯ୍ୟପୂର୍ଣ୍ଣ ଏହି ସୁନ୍ଦର ମନ୍ଦିରଟି ଭକ୍ତମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଏହି ଦୁର୍ଘଟଣା ପରେ ମନ୍ଦିରର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ଘଟିବା ପରେ ବହୁ ଲୋକ ସେଠାରେ ସମବେତ ହୋଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ ।