ଭୁବନେଶ୍ୱର,୨୩/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜ ୨୩-୧-୨୦୨୬ ରେ ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀ ଙ୍କ ବିରଚିତ ଜ୍ଞାନ ଭକ୍ତି ଆଧାରିତ ଧର୍ମ ସାହିତ୍ୟ ଶ୍ରୀ ଗୁରୁଭାଗବତ ର ୨୫ ତମ ପୂର୍ତ୍ତି ଉପଲକ୍ଷେ, ପବିତ୍ର ଶ୍ରୀପଞ୍ଚମୀ ଅବସରରେ, ଶ୍ରୀ ଗୁରୁଭାଗବତ ଟୁଙ୍ଗୀ, ଗୋପାଳପୁର ତରଫରୁ, ଓ ବାଲିକୁଦା ବାସିନ୍ଦା ଙ୍କ ସହଯୋଗରେ ସ୍ଥାନୀୟ ଗୋପାଳପୁର ଛକ ନିକଟରେ, ଏକ ପଥପ୍ରାନ୍ତ ନାଟକ -ଆସ ଗୁରୁଭାଗବତ ପଢିବା ହୋଇଯାଇଛି ।
ସାମାନ୍ୟ ଗୃହସ୍ଥ ଠାରୁ ଆରମ୍ଭ କରି ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତି ମଧ୍ୟ ଦୈନନ୍ଦିନ ସମସ୍ୟା ଘେରରେ ରହି ଶାନ୍ତି ର ଜୀବନ ଅତିବାହିତ କରିବାକୁ ଇଛା କରୁଥିବାବେଳେ, ଏହି ଯୁଗୋପଯୋଗୀ ଧର୍ମ ସାହିତ୍ୟ, ନିଜର ଉପଦେଶକ୍ଷବଳୀ ମାଧ୍ୟମରେ କିପରି ଦୁଃଖ କଷ୍ଟ ଯନ୍ତ୍ରଣା କୁ ଲାଘବ କରି, ସତ୍ୟ ଶାନ୍ତି ପଥର ସନ୍ଧାନ ଦେଉଛି, ତାହାକୁ ବ୍ୟାଖ୍ୟା ଓ ପ୍ରଶ୍ନୋତ୍ତରୀ ମାଧ୍ୟମରେ ପରିବେଷଣ କରିଥିଲେ ଟୁଙ୍ଗୀ ର ସମସ୍ତ ସଦସ୍ୟା ।
ଶ୍ରୀ ଗୁରୁ ଭାଗବତ ର ରଚୟିତା ଡ଼ ଚନ୍ଦ୍ରଭାନୁ ଶତପଥି, ଅତି ସୁନ୍ଦର ଭାବରେ ନିଜର କର୍ମ, ବାଣୀ, ବିଚାର ର ସରଳିକରଣ ସହ ସହାନୁଭୂତି ଓ ସମାନୁଭୂତି ହୃଦୟ ନେଇ, ନିଜର ଜୀବନକୁ ସୁନ୍ଦର ତଥା ଶାନ୍ତିମୟ କରି, ପରିବାର ଓ ସମାଜ ରେ ମଧ୍ୟ ଶାନ୍ତି ର ବାର୍ତ୍ତା ପ୍ରଚାର କରି, ସମାଜରେ ଧର୍ମ ଓ ଐକ୍ୟ ପ୍ରତିଷ୍ଠା କରିପାରିବ- ଏହି ଉପଦେଶ କୁ ଗୋପାଳପୁର ଟୁଙ୍ଗୀ ର ସଦସ୍ୟା ମାନେ ବ୍ୟାଖ୍ୟା ଓ ପ୍ରଶ୍ନୋତ୍ତରୀ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଗତ ୭ ବର୍ଷ ହେଲା ଏହି ଟୁଙ୍ଗୀ ନିଜର youtube, ମାଗାଜିନ, ବିଭିନ୍ନ ସ୍ଥାନ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଏହି ଧର୍ମ ସାହିତ୍ୟ ର ପାରାୟଣ, ଆଲୋଚନା ଚକ୍ର ଓ ସେବା ଭିତ୍ତିକ କାର୍ୟ୍ୟ କରି ଗୁରୁଜୀଙ୍କ ର ବାର୍ତ୍ତା ବହନ କରି ଆସୁଛନ୍ତି…ଏହି କାର୍ୟ୍ୟକ୍ରମରେ ଗୋପାଳପୁରବାସି ଙ୍କର ସହଯୋଗୀତା ପ୍ରଶଂସନୀୟ ।
