ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ବିଦୁ୍ୟତ ତାର, ଦୂର୍ଘଟଣା ଘଟିବା ଆଶଙ୍କା

କେନ୍ଦ୍ରାପଡା, ୧୭/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ପଂଚାୟତର ମୁଷାଡିହା ଗ୍ରାମର ଦିଲ୍ଲିପ ଦାଶଙ୍କ ଘର ପାଖରୁ ଗ୍ରାମ ଭିତରକୁ ଯାଇଥିବା ଏଲଟି ଲାଇନ ବିଦୁ୍ୟତ ତାର ଉପରେ ଏକ ବାଉଁଶ ବୁଦା ଶୋଇରହିଛି । ଏହି ବାଉଁଶ ବୁଦାଟି ହେଉଛି ଦିଲ୍ଲିପ ଦାଶଙ୍କର । ପବନ ବହିଲେ ବାଉଁଶ ଗୁଡିକ ୫/୬ଫୁଟ୍ ତଳକୁ ଅଣେଇ ହୋଇ ଆସୁଛି । ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏହାବ୍ୟତିତ ଶ୍ରୀ ଦାଶଙ୍କ ଘର ନିକଟରୁ ପୂର୍ବ ପାଶ୍ୱର୍କୁ ଯାଇଥିବା ଏହି ବିଦୁ୍ୟତ ତାରରୁ ସଂଯୋଗ ନେଇଥିବା ଉପଭୋକ୍ତାମାନେ ବିଭିନ୍ନ ସମୟରେ ବିଦୁ୍ୟତ ସେବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ସେହି ଗ୍ରାମର ବିଦୁ୍ୟତ ଉପଭୋକ୍ତା ନିତ୍ୟାନନ୍ଦ ଦାଶ, ହୃଷିକେଶ ସାହୁ, ଅଗଣି ସାହୁ, ମିନତୀ ଦାଶ, କେଶବ ଚନ୍ଦ୍ର ଦାଶ, ଭ୍ରମରବର ଦାଶ ପ୍ରମୁଖ ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀ, ଟିପିସିଓଡିଏଲ କନିଷ୍ଠ ଯନ୍ତ୍ରୀ, ନୂଆପଡା ଓ ମାର୍ଶାଘାଇ ଟିପିସିଓଡିଏଲ ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *