ଯାଜପୁର , ୧୬/୮/୨୦୨୪ (ଓଡ଼ିଶା ସମାଚାର)-ଭାରତୀୟ ଜନତା ପାର୍ଟୀ ବରୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଆଜି ବିଜେଡି ଦଳ ପରିତ୍ୟାଗ କରି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି ଓ ତାଙ୍କ ସମର୍ଥକ ମାନେ ବିଜେପି ରେ ଯୋଗ ଦେଇଛନ୍ତି।
ଶ୍ରୀ ଗେଡି ଙ୍କ ସହ ମନ୍ଦାରୀ ପଂଚାୟତ ସରପଂଚ ଧୀରେନ୍ଦ୍ର ଜେନା ଓ ସଭ୍ୟ ଧୀରେନ୍ଦ୍ର ଦାସ , ଅନ୍ୟାସପୁର ପଂଚାୟତ ସଭ୍ୟ ରମେଶ ସାହୁ ,କଳାମାଟିଆ ପଂଚାୟତ ସରପଂଚ ରଶ୍ମୀତା ପରିଡା ଓ ସଭ୍ୟା ପ୍ରିୟଙ୍କା ଦାସ ,ଅଙ୍ଗାଳ ପଂଚାୟତ ସରପଂଚ ସକୁନ୍ତଳା ମଲ୍ଲିକ ଓ ସଭ୍ୟା ସ୍ଵପ୍ନରାଣୀ ସେଠୀ , ଅଟିରା ପଂଚାୟତ ସଭ୍ୟ ପ୍ରିତୀରଞ୍ଜନ ଜେନା , ଉଦୟନାଥପୁର ପଂଚାୟତ ସଭ୍ୟା ନିର୍ଝରିଣୀ ସାମଲ ,କିମ୍ଭିରିଆପାଳ ପଂଚାୟତ ସଭ୍ୟା କାବେରୀ ମଲ୍ଲିକ ,ବରୀ ପଂଚାୟତ ସଭ୍ୟ ସଞ୍ଜୀବ ଜେନା ,ଗୋଳକୁଣ୍ଡ ପଂଚାୟତ ସରପଂଚ ସବିତା ବେହେରା ,ଇଷାଣପୁର ପଂଚାୟତ ସରପଂଚ ମାମିନା ଦାସ , ଚନ୍ଦନପୁର ପଂଚାୟତ ସରପଂଚ ଚପଳା ମଲ୍ଲ , ବାଲିଆ ପଂଚାୟତ ସଭ୍ୟା ମାନସୀ ଦାସ ବାଲିବିଲି ପଂଚାୟତ ସଭ୍ୟା ସୁଧାଂଶୁବାଳା ସାମଲ ମଧ୍ୟ ଆନୁଷ୍ଠାନିକ ଭାବେ ବିଜେପି ରେ ଯୋଗ ଦେଇଛନ୍ତି ।
ଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ , ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ପଦାଧିକାରୀ ମାନେ ଦଳୀୟ ଉତ୍ତରି ଓ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ବିଜେଡି ପରିତ୍ୟାଗ କରି ବିଜେପି ରେ ମିଶିବା ପରେ ବରୀ ରାଜନୀତି ରେ ଏକ ରୋଚକ ମୋଡ ଦେଖିବାକୁ ମିଳିଛି । ବରୀ ଉନ୍ନତି ପାଇଁ ଏମାନେ ସରକାରୀ ଦଳରେ ମିଶୁଥିବା ଜଣାପଡିଛି ।